ସୁରଟରେ ଭୟଙ୍କର ଅଗ୍ନିକାଣ୍ଡ: ୫୭ ଦମକଳ ଗାଡ଼ି ମୁତୟନ, ୫ ଘଣ୍ଟା ପରେ କାବୁ ହେଲା ନିଆଁ

ସୁରଟ: ଗୁଜରାଟର ସୁରଟରେ ଥିବା ରଘୁବୀର କପଡ଼ା ମାର୍କେଟରେ ମଙ୍ଗଳବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମାର୍କେଟର ଏକ ବଡ଼ କୋଠାରେ ନିଆଁ ଲାଗିଯାଇଥିବାବେଳେ ତାହାକୁ ଲିଭାଇବା ପାଇଁ ୫୭ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ। ପ୍ରାୟ ୫ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ୧୪ ମହଲା ବିଶିଷ୍ଟ ଏହି କୋଠାର ୧୦ମ ମହଲାରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ସର୍ମ୍ପକରେ ସୂଚନା ମିଳିନାହିଁ।

Comments are closed.