ମେଜର ଜେନେରାଲ ଏକେ ଢିଙ୍ଗରା ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର ଅଭିଯାନ ଶାଖା ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ : ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର ଅଭିଯାନ ଶାଖା ମୁଖ୍ୟ ଭାବେ ମେଜର ଜେନେରାଲ ଏକେ ଢିଙ୍ଗରାଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ଥଳ ସେନାର ପାରଚ୍ୟୁଟ ରେଜିମେଣ୍ଟ, ନୌସେନାର ମାର୍କୋସ ଏବଂ ବାୟୁ ସେନାର ଗରୁଡ଼ କମାଣ୍ଡୋଙ୍କୁ ନେଇ ସ୍ୱତନ୍ତ୍ର ଅଭିଯାନ ଶାଖା ଗଠନ କରାଯାଇଛି। ଏହି କମାଣ୍ଡୋଙ୍କୁ ଏକାଠି ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି।
ସ୍ୱତନ୍ତ୍ର ଅଭିଯାନ ଶାଖା ମୁଖ୍ୟାଳୟ ଜାତୀୟ ରାଜଧାନୀ ଦିଲ୍ଲୀ ବାହାରେ ରହିବ ବୋଲି ସୂଚନା ଦିଆଯାଇଛି। ଦିଲ୍ଲୀ ବାହାରେ ସମସ୍ତ ଭିତ୍ତିଭୂମି ଥିବା ଏକ ସ୍ଥାନରେ ତିନି ସେନାର କମାଣ୍ଡୋଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି କୁହାଯାଇଛି। ୨୦୧୨ରେ ଷ୍ଟାଫ୍‍ କମିଟର ମୁଖ୍ୟ ୩ ସେନାର କମାଣ୍ଡୋଙ୍କୁ ନେଇ ଏକ ସ୍ୱତନ୍ତ୍ର ଅଭିଯାନ ଶାଖା ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍‍ ପରେ ଏହି ଶାଖା ଗଠନ କରିବାକୁ ସରକାର ବିଚାର କରିଥିଲେ। ଏହି କ୍ରମରେ ଏହି ସ୍ୱତନ୍ତ୍ର ଅଭିଯାନ ଶାଖା ଗଠନ କରାଯାଇଛି।

Comments are closed.