ମହୁଲି ମଦ ଜବତ, ୨ ଗିରଫ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅର୍ନ୍ତଗତ ବାଘଛେପରା ଏବଂ ବାହାଲି ଭଳି ଦୁଇଟି ପୃଥକ ପୃଥକ ସ୍ଥାନରେ ଗୁରୁବାର ଅବକାରୀ ବିଭାଗ ଚଢଉ କରି ୨୫ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଆଜି ସକାଳେ ଅବକାରୀ ବିଭାଗ ପକ୍ଷରୁ ପ୍ରଥମେ ବାଘଛେପରା ଗାଁରେ ଚଢଉ କରି ମୁନା କହଁର(୨୫)ଙ୍କଠାରୁ ୧୦ଲିଟର ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବାହାଲି ଗ୍ରାମରେ ଚଢଉ କରି ସମୀର କହଁର(୩୦)ଙ୍କଠାରୁ ୧୫ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲା।

ଏ ନେଇ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ହରଭଙ୍ଗା ଅବକାରୀ ଇନିସ ପେକ୍ଟର ସୀମାକରଣ ବେକ ସୂଚନା ଦେଇଛନ୍ତି।

Comments are closed.