ଜଙ୍ଗଲକୁ ଯାଉନି ମହେନ୍ଦ୍ର, ଚିନ୍ତାରେ ବନ ବିଭାଗ

ବନ୍ତଳା : ବ୍ୟାଘ୍ର ପ୍ରକଳ୍ପ ପାଇଁ ସିମିଳିପାଳରୁ ଆସିଥିବା କୁମକି ହାତୀ ମହେନ୍ଦ୍ର ଓ ରାଜ କୁମାରକ ଏବେ ଟିକରପଡା ରେଞ୍ଜ ଅଫିସରେ ରଖା ଯାଇଛି । ପ୍ରାୟ ୮ମାସ ହେବ ମହେନ୍ଦ୍ର ଓ ରାଜକୁମାର ଶିମିଳିପାଳରୁ ସାତ କୋଶିଆ ଆସିଲେଣି । ଉଦେଶ୍ୟ ଥିଲା ସରକାରଙ୍କ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷାରେ ଆଗେଇ ନେବା । ସେଥିପାଇଁ ହାତୀମାନଙ୍କୁ ସାତକୋଶିଆ ଅଭୟାରଣ୍ୟ ଭିତରେ ପ୍ରାୟ ଦିନକୁ ୮ ରୁ ୧୦ କିଲୋମିଟର ବୁଲା ଯାଉଛି । କେବଳ ସେତିକି ନୁହେଁ ଅଭୟାରଣ୍ୟ ଭିତରେ ବୁଲିବା ସମୟରେ ପ୍ରଚୁର ପରିମାଣରେ ଖାଇବା ପାଇଁ ମଧ୍ୟ ଦିଆ ଯାଉଛି । ଦୁଇଟି ହାତୀ ପାଇଁ ୧୦ ଜଣ ମାହୁନ୍ତ ଓ ୪ ଜଣ ଗାର୍ଡ ନିୟୋଜିତ ହୋଇଛନ୍ତି । ମହେନ୍ଦ୍ରର ବୟସ ୫୬ ବର୍ଷ ଓ ରାଜକୁମାରର ବୟସ ୧୫ ବର୍ଷ ହେବ କିନ୍ତୁ ଗତ ଏକ ମାସରୁ ଅଧିକ ସମୟ ହେବ ରାଜକୁମାର ଏକା ଜଙ୍ଗଲ ବୁଲୁ ଥିବା ବେଳେ ମହେନ୍ଦ୍ରର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହୁନଥିବାରୁ ତାକୁ ଜଙ୍ଗଲ ଭିତରକୁ ନିଆ ଯାଉ ନଥିବା ଜଣା ପଡ଼ିଛି । ଟିକରପଡା ରେଞ୍ଜ ହାତୀ ଗୃହରେ ବନ୍ଧା ଯାଇ ରଖା ଯାଉଛି ।
ଏ ବିଷୟରେ ସାତକୋଶିଆ ଏସିଏଫ ରାଜକିଶୋର ସ୍ବାଇଁଙ୍କୁ ପଚାରିବାରୁ ସେ କୁହନ୍ତି, ରାଜକୁମାର ଏବେ ସୁସ୍ଥ ଅଛି । ବୟସ ତୁଳନାରେ ମହେନ୍ଦ୍ରର ୫୬ ବର୍ଷ । ସେଥିପାଇଁ ମହେନ୍ଦ୍ର ଟିକିଏ ଅସୁସ୍ଥ ଅନୁଭବ କରୁଛି । କିନ୍ତୁ ବନ ବିଭାଗ ତାର ଯତ୍ନ ନେବା ସହିତ ମୁଖ୍ୟତଃ ଖାଦ୍ୟ ଉପରେ ଗୁରୁତ୍ୱ ଦିଆ ଯାଉଥିବା କଥା କହିଛନ୍ତି । ପ୍ରତେକ ଦିନ କୋଳଥ , ଧାନ, ଗହମ ନଡ଼ିଆ, ମାଣ୍ଡିଆ, ଆଖୁ , କଦଳୀ ଗଛ ବର ଡାଳ ଖାଇ ବାକୁ ଦିଆ ଯାଉଥିବା କହିଛନ୍ତି । ମହେନ୍ଦ୍ର ପ୍ରାପ୍ତ ବୟସ୍କ ହୋଇଥିବାରୁ ସହବାସ ସମୟ ରେ ସେ ତାର ଅାଚରଣରେ ପରିବର୍ତ୍ତନ ଆଣିଥାଏ। ସେଥି ପାଇଁ ତାକୁ ଜଙ୍ଗଲକୁ ଛଡ଼ାଯାଉ ନଥିବା କହିଛନ୍ତି।

Comments are closed.