ମହାବୀର କ୍ଲବ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଏମ୍‌ବିସି ଜୁନିୟର ଚାମ୍ପିୟନ

ରେଙ୍ଗାଲି: ରେଙ୍ଗାଲି ସ୍ଥିତ ମହାବୀର ଛକ କ୍ରିକେଟ୍ କ୍ଳବ୍ ପକ୍ଷରୁ ଆୟୋଜିତ ୬ଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ୍ ମ୍ୟାଚ୍‌ରେ ଏମ୍‌ବିସି ଜୁନିୟର ଟିମ୍ ରାଇଜିଂ ଇଲେଭେନ୍‌କୁ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଖେଳ ଶେଷରେ ଆୟୋଜିତ ଟ୍ରଫି ପ୍ରଦାନ ଉତ୍ସବରେ ବିଜେତା ଦଳକୁ ଚମ୍ପିଆନ ଟ୍ରଫି ସହ ୧୩ ହଜାର ଟଙ୍କା ଏବଂ ପରାଜିତ ଦଳକୁ ରନର୍ସ ଅପ୍ ଟ୍ରଫି ସହିତ ୧୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏଥିରେ ଗୋପାଳ ଶର୍ମା, ଅଶୋକ ଗୁରୁ, ଡା.ଅର୍ଜୁନ ନାଏକ, ସନ୍ତୋଷ ସିଂ, ସଲିମ୍ ଖାନ୍, ହିମାଂଶୁ ଶେଖର ମିଶ୍ର, ପ୍ରଫୁଲ୍ଲ ଗହୀର, ଧରଣୀଧର ବାରିକ,ନରେଶ ମାହାଣା, ସୁବ୍ରତ ପାଢି, ନିର୍ମଳ ଶର୍ମା, ନନ୍ଦଲାଲ ବିଶ୍ବାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ୍‌ରେ ୨୮ ଟି ଦଳ ଅଂଶଗ୍ରହଣ କରିଥିଲେ।

Comments are closed.