କଖଡି ପଞ୍ଚାୟତ ଓ  ବିଜୁ ଜନତାଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ଗୁରୁଡିଝାଟିଆ : କଖଡି ପଞ୍ଚାୟତ କାର୍ଯ୍ୟାଳୟରେ ସତ୍ୟ, ଅହିଂସାର ପୂୂଜାରୀ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଛି । ଶିକ୍ଷକନେତା ରାଜକିଶୋର ଖଟୁଆ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଗାନ୍ଧୀଜୀଙ୍କ ଦେଶପ୍ରୀତିର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ। ସେ ଥିଲେ କର୍ମଯୋଗୀ, ବିଶ୍ୱର ବିସ୍ମୟ ବୋଲି କହିଥିଲେ। ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତୀ ଉତ୍ସବରେ ପଞ୍ଚାୟତ ବିଜେଡି ସଭାପତି ରଞ୍ଜନ ମୁଦୁଲି, ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର ସାହୁ, ବିଜୟ କୁମାର ରାଉତ, ବେଣୁଧର ମହାନ୍ତି ଓ ପଞ୍ଚାୟତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି ବାପୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ସେହିପରି ଆଠଗଡ ବିଜୁ ଜନତାଦଳ ପକ୍ଷରୁ ପବିତ୍ର ଗାନ୍ଧୀଜୟନ୍ତୀରୁ ଅବସରରେ କଖଡି ନୋଡାଲଊ ଉଚ୍ଚ ବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କୋଭିଡ ମହାମାରୀ ଦୃଷ୍ଟିରୁ ଚଳିତବର୍ଷ ଜନସଂପର୍କ ପଦଯାତ୍ରାକୁ ସ୍ଥଗିତ ରଖାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ କାର୍ଯ୍ୟକ୍ରମରେ ମନୋନିବେଶ ପାଇଁ ଦେଇଥିବା ନିର୍ଦ୍ଦେଶକୁ ଆଜି କଖଡି ପଞ୍ଚାୟତରେ ପାଳନ କରାଯାଇଛି । ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କର୍ମୀମାନଙ୍କ ଗହଣରେ ବିଦ୍ୟାଳୟର ବିଭିନ୍ନ ପ୍ରକୋଷ୍ଠ, ପ୍ରବେଶପଥ ଓ ଉଦ୍ୟାନ ଆଦିକୁ ପରିଷ୍କାର ପରିଚ୍ଛନ କରିବା ସହିତ ଜାତିର ଜନକ ମହାମାନବ ମହାତ୍ମାଗାନ୍ଧୀ ସ୍ୱଚ୍ଛତାକୁ ଜୀବନଦର୍ଶନରେ ସ୍ଥାନିତ କରିଥିବାରୁ ପ୍ରତ୍ୟେକ ଜନସାଧାରଣ ସ୍ୱଚ୍ଛତା ଦିଗରେ ନିଜର ମନୋନିବେଶ କରିବା ଆବଶ୍ୟକ ବୋଲି କହିଥିଲେ । ଆଗାମୀ ଦିନରେ ରକ୍ତଦାନ, ସଫେଇ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି କହିଥିଲେ। ପୁର୍ବତନ ସମିତିସଭ୍ୟ ନରେନ୍ଦ୍ର କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି, ବିଦ୍ୟାଳୟର ପ୍ରଧାନଶିକ୍ଷକ ରଣଜିତ୍ କୁମାର ନାୟକ, ସମିତିଭ୍ୟା ତଅପୋଇ ବେଦାନ୍ତ, ପଞ୍ଚାୟତ ଦଳୀୟ ସଭାପତି ରଞ୍ଜନ କୁମାର ମୁଦୁଲି, ପ୍ରତାପ କୁମାର ସାହୁ, ବେଣୁଧର ମହାନ୍ତି, ଦିଲ୍ଲପ ଛତାର, ସନ୍ତୋଷ କୁମାର ବେଉରା,ବିଜୟ କୁମାର ରାଉତ, ସୁରେନ୍ଦ୍ର କୁମାର ମହାନ୍ତି,ବିଜୁ ଛାତ୍ର ଜନତାଦଳ ସଭାପତି ମଳୟ ପ୍ରଧାନ,ବିଶ୍ୱଜିତ୍ ରାଉତ, ଅଭିଜିତ୍ ସାହୁ ପ୍ରମୁଖ ଦଳୀୟ କର୍ମୀମାନେ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ନିଜକୁ ସଂଶ୍ଲିଷ୍ଟ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପଞ୍ଚାୟତରେ ଠିକଣା ଢଙ୍ଗରେ ପାଳନ କରିବା ପାଇଁ ଶପଥ ନେଇଥିଲେ।

Comments are closed.