ଶିଶୁ ସଦନରେ ଡ.ମହତାବ ଜୟନ୍ତୀ

ଚୌଦ୍ୱାର : ମହାନ୍ ସଂଗ୍ରାମୀ, ପ୍ରବୀଣ ରାଜନେତା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ ସ୍ଥାନୀୟ ଶିଶୁ ସଦନରେ ପାଳିତ ହୋଇ ଯାଇଛି। ପ୍ରାରମ୍ଭରେ ଶିଶୁ ସଦନର ପିଲାମାନେ ସମୁହ ବେଦ ଆବୃତ୍ତି, ସର୍ବଧର୍ମ ପ୍ରାର୍ଥନା, ଭଜନ ଆଦି ପରିବେଷଣ କରିଥିଲେ। ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଶିଶୁ ସଦନର ମୁଖ୍ୟ ଦାମୋଦର ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଡ. ମହତାବଙ୍କ ଜୀବନୀ ଆଲୋଚନା କରି ସେ ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ସାମ୍ବାଦିକ ରମେଶ ଚନ୍ଦ୍ର ସାମଲ, ଆଶୁତୋଷ ଦାସ, ପ୍ରକାଶ କୁମାର ନାୟକ, ସୁଧାକର ସାମନ୍ତରାୟ, ଅଶୋକ କୁମାର ଦାସ, ଅଜିତ୍ କୁମାର ସ୍ୱାଇଁ, ଅଧ୍ୟାପକ ସୌରେନ୍ଦ୍ର ପଣ୍ଡା, ଲକ୍ଷ୍ମୀଧର ଦାସ, ଡାଳିଯୋଡ଼ା ସାହିତ୍ୟ ସଂସଦ ସଭାପତି କେ.ସି.ପ୍ରତାପ ସିଂହ, ଶିଶୁ ସଦନର ପରିଚାଳନା କର୍ମକର୍ତ୍ତା ଅମୀୟ କୁମାର ସେଠୀ, ପ୍ରଦୀପ କୁମାର ଦାସ, ଅଲେଖ ଚନ୍ଦ୍ର ମଲ୍ଲିକ, ଡ. ମହତାବଙ୍କ ଜୀବନୀ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ହିନ୍ଦ୍ ସେବକ ସଂଘର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ବିବେକାନନ୍ଦ ସାହିତ୍ୟ ସଂସଦ ଓ ଉତ୍କଳ ପୂଜନ ପରିଷଦର ମିଳିତ ଆୟୋଜନରେ ଡଗରା ସାହିସ୍ଥିତ ଉଦୟନାଥ ଚେରିଟେବୁଲ ଟ୍ରଷ୍ଟ ପରିସରରେ ଡ. ମହତାବଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି ।ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବରାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପବିତ୍ର ମୋହନ ସାହୁ, ସୁଚିତ୍ରା ବେହେରା, ଡ. ବସନ୍ତ କୁମାରୀ ନନ୍ଦ, ପ୍ରଭାତୀ ଜେନା, ମାନସ କୁମାର ସାହୁ, ଅନନ୍ତ ନାୟକ, ସୁମିତା ଭୋଇ ପ୍ରମୁଖ ମହତାବଙ୍କ ଜୀବନର ଭିଭିନ୍ନ ଦିଗ ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଚନ୍ଦ୍ରମୋହନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Comments are closed.