ପାଟଣା ଅଞ୍ଚଳରେ ମହାଶିବରାତ୍ରି ପାଳିତ

ପାଟଣା :  କୋଭିଡ କଟକଣା ମଧ୍ୟରେ ପାଟଣା ବ୍ଲକ ମୁଖ୍ୟାଳୟ ସମେତ ଅନ୍ୟାନ୍ୟ ସମସ୍ତ ସ୍ଥାନରେ ଥିବା ଶିବାଳୟରେ ଗୁରୁବାର ମହାଶିବରାତ୍ରି ପାଳନ କରାଯାଇଛି । ଚଳିତ ବର୍ଷ ପାଟଣା ଜାଗର ମହୋତ୍ସବ ସହ ମିନାବଜାର ମଧ୍ୟ କୋଭିଡ କଟକଣା ଯୋଗୁଁ ବାତିଲ କରାଯାଇଛି। ଆଜି ଭୋର ୪ ଟାରୁ ପାଟଣାର ପ୍ରାଚୀନ ସ୍ୱୟମ୍ଭୁ ଆନନ୍ଦେଶ୍ବର ମନ୍ଦିରର କବାଟ ଖୋଲିବା ବେଳକୁ ଶ୍ରଦ୍ଧାଳୁଙ୍କ ଧାଡି ଆରମ୍ଭ ହୋଇଯାଇଥିଲା । ଶ୍ରଦ୍ଧାଳୁ ମାନେ ଭୋଗଲାଗି କରିବା ସହ ଶିବଙ୍କ ମସ୍ତକରେ ପାଣି ଢାଳିବା ସହ  ଦ୍ୱୀପ ଦାନ କରିଛନ୍ତି । ମୁଖ୍ୟ ପୂଜକ ହରେକୃଷ୍ଣ ପଣ୍ଡା, ପର୍ଶୁରାମ ପଣ୍ଡା , ମାନସ ଦାଶ, ଦେବେନ୍ଦ୍ର ମିଶ୍ର, କ୍ଷୀରୋଦ ମିଶ୍ର, ଗନ୍ଧର୍ବ ମିଶ୍ର, ବିକୁ ଦାଶ ପ୍ରମୁଖ ପୂଜା କାର୍ଯ୍ୟ ସମ୍ଭାଳିଥିଲେ ।
ଏଠାରେ ସ୍ୱାମ ପାଟଣା କଲେଜର ଏନଏସ୍ଏସ୍ ବାହିନୀ, ଆଦିତ୍ୟ ବାହିନୀ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଆନନ୍ଦେଶ୍ବର ମନ୍ଦିର ପରିଚାଳନା କମିଟିର ସଭାପତି ନାରାୟଣ ଦାଶ, ଉପ ସଭାପତି ଅଜୟ କୁମାର ଦାଶ, ସମ୍ପାଦକ ସନାତନ ଦାଶ ଓ ଅରୁଣ କୁମାର ମିଶ୍ର, କମଳା କାନ୍ତ ପତି ପ୍ରମୁଖ ଅନ୍ୟ କର୍ମକର୍ତାଙ୍କ ଉପସ୍ଥିତିରେ ପାଟଣା ପୁଲିସ ଏଠାରେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲା। ସେହିପରି ପାଟଣା ବୈତରଣୀ ତଟ ପରମେଶ୍ୱର ମନ୍ଦିରରେ ମହାଶିବରାତ୍ରୀ ପାଇଁ ଜନ ଗହଳି ଲାଗିରହିଥିଲା । ମନ୍ଦିରର ମୁଖ୍ୟ ଶ୍ରୀମନ୍ତ କୁମାର ମିଶ୍ର ଓ ପରିଚାଳକ ସୂର୍ଯ୍ୟନାରାୟଣ ଦେବତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିବରାତ୍ରି ପାଳନ କରାଯାଇଛି ।
ସେହିପରି ତୁରୁମୁଙ୍ଗାର ଗିରିଜାଶଙ୍କର, ଖିରେଇଟାଙ୍ଗିରୀ, ଟାଙ୍ଗରପଡା, ସରାସକେଲା, ଚିଲିଦା, ତ୍ରୀବିନ୍ଧା, ରାଜନଗର ଶିଖରେଶ୍ବର ମହାଦେବ, ମୁରୁସୁଆଁ, କେତାଙ୍ଗ, ବଡ ଗହ୍ମାରିଆ ଆଦି ଶିବମନ୍ଦିରରେ ଆଜି କୋଭିଡ କଟକଣା ମଧ୍ୟରେ ଶିବରାତ୍ରି ପାଳନ ପାଇଁ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋି ଉଠିଥିଲା ।

Comments are closed.