ତିବ୍ଦତୀୟଙ୍କ ମହାସାଧନ ପୂଜା ଉଦଯାପିତ 

ମୋହନା : ଗଜପତି ଜିଲ୍ଲା ଜିରାଙ୍ଗସ୍ଥିତ ପ୍ରସିଦ୍ଧ ବୌଦ୍ଧ ମନ୍ଦିରରେ ଗତ ୧୦ ଦିନ ଧରି ଚାଲିଥିବା ତିବ୍ଦତୀୟ ମହାସାଧନ ପୂଜା ଉଦଯାପିତ ହୋଇଯାଇଛି। ଲାମା ଗୁରୁଜୀ ଜିଗମେ ରିଂନପେଚେଙ୍କ ପୌରୋହିତରେ ଏହି ମହାସାଧନ ପୂଜାରେ ତିବତୀୟମାନେ କିଭଳି ଜ୍ଞାନ ପ୍ରାପ୍ତି ହେବା ସହ ଚଳିତ ବର୍ଷ କିଭଳି ବୃଷ୍ଟି ହେବ, ଚାଷର ଉନ୍ନତି ହେବ, ମନୁଷ୍ୟ ଓ ପ୍ରାଣୀଜଗତ କିଭଳି ବିପଦ ଆପଦରୁ ରକ୍ଷା ପାଇପାରିବେ ଏବଂ ବିଶ୍ଵବାସୀ କରୋନା ମହାମାରୀ କବଳରୁ କିପରି ମୁକ୍ତି ପାଇପାରିବେ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ସମସ୍ୟାରୁ ମୁକ୍ତି ମିଳିବ ସେଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥିଲା।
ଶେଷ ଦୁଇ ଦିନ ମନ୍ଦିର ପରିସରରେ ଲାମାମାନଙ୍କ ପକ୍ଷରୁ ଦେବତା ରୂପରେ ଧର୍ମ ନୂତ୍ୟ ପରିବେଷଣ କରାଯାଇଥିଲା। ଏହାକୁ ଉପଭୋଗ କରି ତିବତୀୟମାନେ ନିଜ ନିଜ ପରିବାରମାନଙ୍କ ପାଇଁ ଆଶୀର୍ବାଦ କାମନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗୁରୁଜୀ କେମ୍ପୋ ଆମ୍ପେଲ ପରିଚାଳନା କରିଥିଲେ।

Comments are closed.