ମହାରଥୀଙ୍କୁ ଜାମିନ ମିଳିଲା, ୫୦ ହଜାର ଟଙ୍କା ଓ ୨ ଜଣ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ

ଭୁବନେଶ୍ୱର .- ଫ୍ଲାଇଂ ସ୍କାଡକୁ ଆକ୍ରମଣ ଘଟଣାରେ ବିଧାୟକ ପ୍ରଦୀପ ମହାରଥୀଙ୍କୁ ଜାମିନ ମିଳିଛି ।  ୫୦ ହଜାର ଟଙ୍କା ଓ ୨ ଜଣ ଜାମିନଦାରଙ୍କ ବ୍ୟକ୍ତିଗତ ମୁଚାଲିକାରେ ଭୁବନେଶ୍ୱରର  ସ୍ୱତନ୍ତ୍ର ଅଦାଲତରୁ ତାଙ୍କୁ  ଜାମିନ ମିଳିଛି ।

ସୂଚନାଯୋଗ୍ୟ ଯେ, ନିର୍ବାଚନ ଫ୍ଲାଇଂ ସ୍କ୍ବାଡ୍‌ର ମାଜିଷ୍ଟ୍ରେଟଙ୍କୁ ମାଡ ମାରିବା ଅଭିଯୋଗରେ ଗତ ୨୨ ତାରିଖରେ ପ୍ରଦୀପ ମହାରଥୀଙ୍କୁ ପୁଲିସ ଗିରଫ କରିଥିଲା। ତାପରେ ତାଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ଏହାପରେ ମହାରଥୀଙ୍କୁ ଭୁବନେଶ୍ବର ଝାରପଡା ଜେଲକୁ ପଠା ଯାଇଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Comments are closed.