କରୋନା ନେଲାଣି ୨୬୫ ପୋଲିସ କର୍ମଚାରୀଙ୍କ ଜୀବନ

ମୁମ୍ବାଇ: କରୋନା କବଳରେ ସାରା ବିଶ୍ୱ । ପ୍ରତ୍ୟେକ ଦିନ କରୋନାରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଉଛନ୍ତି । ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ବର୍ତ୍ତମାନର ତୃତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଚଳିତ ବର୍ଷ ଆରମ୍ଭରୁ ଏହି ସଂକ୍ରମଣ ବୃଦ୍ଧି ପାଇଛି । କରୋନାକୁ ନେଇ ମହାରାଷ୍ଟ୍ରରୁ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ୨୬୫ ଜଣ ପୋଲିସ କର୍ମଚାରୀ କରୋନା ଯୋଗୁ ପ୍ରାଣ ହରାଇଛନ୍ତି । ଆଉ ସେଥି ମଧ୍ୟରେ ମୁମ୍ବାଇରୁ ମୁମ୍ବାଇରୁ ସର୍ବାଧିକ ୧୪୬ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ତାହା ସହ ରାଜ୍ୟରେ ଏବେବି ବିଭିନ୍ନ ପୋଲିସ କାର୍ଯ୍ୟାଳୟରେ କାମ କରୁଥିବା ୨,୧୪୫ ଜଣ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ଦେଶରେ କରୋନାର ତୃତୀୟ ଲହର ଚାଲିଛି । ଓମିକ୍ରନ ଭୂତାଣୁ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ତାର କାୟା ବିସ୍ତାର କରିସାରିଲାଣି । ହେଲେ ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ ମାମଲା ଚିହ୍ନଟ ହେଉଛନ୍ତି ।

Comments are closed.