ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ ଭେରିଆଣ୍ଟ ମାମଲା ସହ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା

୩ୟ ତରଙ୍ଗର ଆଶଙ୍କା

ମୁମ୍ବଇ : ମହାରାଷ୍ଟ୍ରରେ କରୋନା ଭୂତାଣୁର ଡେଲ୍ଟା ପ୍ଲସ ଭେରିଆଣ୍ଟ ମାମଲା ବୃଦ୍ଧି ପାଉଥିବା ଜଣାପଡିଛି। ଏହି କାରଣରୁ ରାଜ୍ୟରେ କରୋନାର ୩ୟ ତରଙ୍ଗ ନେଇ ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସ୍ୱତନ୍ତ୍ର ୭ଟି ଜିଲାରେ କରୋନାର ଯାଞ୍ଚ ଓ ଟିକାକରଣ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସାରା ଦେଶରେ କରୋନା ଭୂତାଣୁର ଡେଲ୍ଟା ପ୍ଲସ ଭେରିଆଣ୍ଟର ଚିନ୍ତା ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରରେ କରୋନାର ୩ୟ ତରଙ୍ଗର ଆଶଙ୍କା ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ପୁଣି କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଇଛି। ଗୁରୁବାର ରାଜ୍ୟରେ ୯୮୪୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ଡେଲ୍ଟା ପ୍ଲସ ଭେରିଆଣ୍ଟ ମାମଲା ମଧ୍ୟ ବୃଦ୍ଧି ପାଉଥିବା ନେଇ ସୂଚନା ମିଳିଛି।

Comments are closed.