କରୋନା: ମହାରାଷ୍ଟ୍ରରେ ନୂଆ ଗାଇଡ୍‌ଲାଇନ୍

ମୁମ୍ବଇ: କୋଭିଡ୍‌ ସଂକ୍ରମଣ ବୃଦ୍ଧି ପରେ ମହାରାଷ୍ଟ୍ରରେ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନୂଆ ଗାଇଡ୍‌ଲାଇନ୍‌ ଜାରି କଲେ ମହାରାଷ୍ଟ୍ର ସରକାର। ନୂଆ ଗାଇଡ୍‌ଲାଇନ୍‌ରେ ମହାରାଷ୍ଟ୍ର ସରକାର ଦର୍ଶାଇଛନ୍ତି ଯେ ରାଜ୍ୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସମସ୍ତ ଘରୋଇ ଅଫିସ ଚାଲିବ। ସ୍ବାସ୍ଥ୍ୟ ଏବଂ ଅନ୍ୟ ସବୁ ଜରୁରୀ ସେବାକୁ ବାଦ୍‌ଦେଲେ ବାକି ସବୁ ଅଫିସ ପାଇଁ ଏହି ନିୟମ ଲାଗୁ କରାଯିବ। ମହାରାଷ୍ଟ୍ରରେ ଥିବା ସବୁ ଥିଏଟର ଓ ଅଡିଟୋରିୟମ୍‌ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ମଲ୍‌ ଏବଂ ଅନ୍ୟାନ୍ୟ ଜନଗହିଳି ସ୍ଥାନରେ ଆଣ୍ଟିଜେନ୍‌ ଟେଷ୍ଟ କରାଯିବାକୁ ନିର୍ଦେଶ ଜାରି ହୋଇଛି।

Comments are closed.