ସରକାରୀ କର୍ମଚାରୀଙ୍କୁ ଉଦ୍ଧବଙ୍କ ଉପହାର : ଏଣିକି ସପ୍ତାହକୁ ୫ ଦିନ କାମ କରିବେ କର୍ମଚାରୀ

ମୁମ୍ବଇ : ମହାରାଷ୍ଟ୍ରର ସରାକରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ର ସରକାର ରାଜ୍ୟର ସରାକାରୀ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଏଣିକି ସପ୍ତାହକୁ ୬ଦିନ ବଦଳରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ। ଏହାଦ୍ବାରା କର୍ମଚାରୀମାନେ ସପ୍ତାହକୁ ଗୋଟିଏ ଦିନ ବଦଳରେ ଦୁଇ ଦିନ ଛୁଟି ପାଇପାରିବେ। ଏନେଇ ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ତାଙ୍କ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଅନୁମୋଦନ ହୋଇଛି। ଚଳିତ ମାସ ଶେଷ ତାରିଖ ବା ଫେବୃଆରୀ ୨୯ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ଜଣାପଡିଛି। ଏହାଦ୍ବାରା ୨୦ଲକ୍ଷରୁ ଅଧିକ କର୍ମଚାରୀ ଉପକୃତ ହେବେ।

Comments are closed.