ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପିକୁ ରାଜ୍ୟପାଳଙ୍କ ଡାକରା

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପିକୁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ମହାରାଷ୍ଟ୍ର ବିଧାନସଭାର କାର୍ୟ୍ୟକାଳ ଆଜି ଶେଷ ହେଉଥିବା ବେଳେ ରାଜ୍ୟପାଳ ଭଗତସିଂହ କୋସିଆରି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା କାରଣରୁ ବିଜେପିକୁ ନିମନ୍ତ୍ରଣ କରିଥିବା ସୂଚନାମିଳିଛି। ୨୮୮ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୧୦୫ଟି ଆସନ ସହ ବିଜେପି ଏକକ ସର୍ବବୃହତ୍ ଦଳ ଭାବେ ଉଭା ହୋଇଥିଲା ବେଳେ ସହଯୋଗୀ ଦଳ ଶିବସେନାକୁ ୫୬ଟି ଆସନ ମିଳିଛି। ନିର୍ବାଚନରେ ମେଣ୍ଟକରି ଲଢୁଥିବା ଶିବସେନା ଏବଂ ବିଜେପି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବାଣ୍ଟ ନଛିଡିବା କାରଣରୁ ମହାରାଷ୍ଟରେ ସରକାର ଗଠନ ପାଇଁ ବିଳମ୍ବ ହେଉଥିଲା। ଶନିବାର ମହାରାଷ୍ଟ୍ର ବିଧାନସଭାର କାର୍ୟ୍ୟକାଳ ଶେଷହେଉଥିବା କାରଣରୁ ମହାରାଷ୍ଟ୍ରରେ କିଏ ସରକାର ଗଠନ କରିବ ତାହା ପ୍ରଶ୍ନବାଚୀ ହୋଇରହିଥିଲା। ଏହାପରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନଲାଗୁହେବାର ସମ୍ଭାବନା ରହିଥିଲା। କିନ୍ତୁ ଆଜି ରାଜ୍ୟପାଳ ଏକକ ସର୍ବବୃହତ୍ ଦଳ ଭାବେ ବିଜେପିକୁ ସରାକର ଗଠନ ପାଇଁ ଆମନ୍ତ୍ରଣ କରି ମହାରାଷ୍ଟ୍ର ରାଜନୌତିକ ଡ୍ରାମାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

Comments are closed.