ଭୁଶୁଡ଼ିଲା ୫ ମହଲା କୋଠା; ୪୭ଟି ଫ୍ଲାଟରେ ରହୁଥିଲେ ୨୦୦ ଲୋକ

ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଏକ ୫ ମହଲା କୋଠାର ଉପର ୩ ମହଲା ଭୁଶୁଡ଼ି ପଡ଼ିଛି  । ଏହି ବଡ଼ ଅଟ୍ଟାଳିକାରେ ପ୍ରାୟ ୪୭ଟି ପରିବାରର ୨୦୦ରୁ ଅଧିକ ଲୋକ ରହୁଥିଲେ ।

ସୋମବାର ବିଳମ୍ବିତ ସନ୍ଧ୍ୟାରେ ଏହି ୫ ମହଲା କୋଠାର ଉପର ୩ ମହଲା ଭାଙ୍ଗି ଯାଇଥିଲା । ଖବର ପାଇ ଏନଡ଼ିଆରଏଫ୍ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବର୍ତମାନ ସୁଦ୍ଧା ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଏହି ଘଟଣାରେ ଆଉରୁ ଶତାଧିକ ଲୋକ ଫସି ଯାଇଥିବା କୁହାଯାଉଛି । 

Comments are closed.