ବିଜୁ ପଟ୍ଟନାୟକ ପ୍ରିମିୟର ଲିଗ: ମାହାଙ୍ଗା ମିଡ଼ିଆ ଇଲେଭେନ ବିଜୟୀ

ନିଶ୍ଚନ୍ତକୋଇଲି ଜିଗିନିପୁର ସ୍ଥିତ ବଳଦେବଜୀୟୁ କ୍ରିକେଟ ଆସୋସିଏସନ ପକ୍ଷରୁ ବିସିଏ ଗ୍ରାଉଣ୍ଡ ଠାରେ ଆୟୋଜିତ ବିଜୁ ପଟ୍ଟନାୟକ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମାହାଙ୍ଗା ପ୍ରେସ ଇଲେଭେନ ଓ ନିଶ୍ଚନ୍ତକୋଇଲି ମିଡ଼ିଆ ବ୍ରଦର୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଉଦଘାଟନ କରିବା ସହ ସାମ୍ବାଦିକମାନଙ୍କ ମଧ୍ୟରେ ଭାଇଚାରା ଓ ସଦ୍ଭାବନା ବଜାୟ ରଖିବାରେ ଏହି ଭଳି ମ୍ୟାଚ ଗୁରୁତ୍ୱ ବହନ କରେ ବୋଲି କହିଛନ୍ତିl

ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନିଶ୍ଚିନ୍ତକୋଇଲି ମିଡ଼ିଆ ବ୍ରଦର୍ସ ପ୍ରଥମେ ଟସ ଜିଣି ୧୨ ଓଭର ମଧ୍ୟରେ ୫ଟି ଉଇକେଟ ହରାଇ ୧୧୫ ରନ ସଂଗ୍ରହ କରିଥିଲାl ଏହାର ଜବାବରେ ମାହାଙ୍ଗା ମିଡ଼ିଆ ଇଲେଭେନ ୧୧.୫ ଓଭରରେ ୫ ଗୋଟି ଉଇକେଟ ହରାଇ ୧୧୬ ରନ କରି ଏହି ମ୍ୟାଚକୁ ଜିତିବାରେ ସକ୍ଷମ ହୋଇଥିଲାl ମିଡ଼ିଆ ବ୍ରଦର୍ସ ନିଶ୍ଚିନ୍ତକୋଇଲିର ଇଜାଜ ଖାଁ ୧୮ ବଲରେ ୪୮ ରନ ଏବଂ ମାହାଙ୍ଗା ମିଡ଼ିଆ ଏକାଦଶ ପକ୍ଷରୁ ଶାଶ୍ୱତ ବାରିକ ୧୪ ବଲରେ ୪୦ ରନ ଏବଂ ଅଭିମନ୍ୟୁ ନାୟକ ୨୭ ବଲରେ ୩୯ ରନ କରି ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ ହୋଇଥିଲେl ଏପରିକି ମାହାଙ୍ଗା ପ୍ରେସ ଇଲେଭେନର ପ୍ରାରମ୍ଭିକ ବ୍ୟାଟ୍ସ ମ୍ୟାନ ଅଭିମନ୍ୟୁ ବ୍ୟାଟିଂ ସମୟରେ ମୁଣ୍ଡରେ ଗଭୀର ଆଘାତ ଲାଗି ଆହତ ହୋଇଥିଲେବି ସେଇ ଅବସ୍ଥାରେ ଖେଳି ଦଳକୁ ଜିତାଇବାରେ ସକ୍ଷମ ହୋଇଥିଲେl

ମାହାଙ୍ଗା ମିଡ଼ିଆ ଇଲେଭେନର ଅଧିନାୟକ ଲକ୍ଷ୍ମୀଧର ଖୁଣ୍ଟିଆ, ଉପ ଅଧିନାୟକ ତୁଷାର ଜ୍ୟୋତି ନାୟକ, ଟିମ ମ୍ୟାନେଜର ଅଖିଳେଶ ମହାନ୍ତି, ସଂଯୋଜକ ପ୍ରଦ୍ୟୁମ୍ନ ବାରିକ, ସୀତାନାଥ ସିଂ, ଦୀପକ ସାହୁ, ଅମୀୟ ନାୟକ, ଅସିତ ସାମଲ, ଦିବାକର ରାଉତ, ଅଶୋକ ଦାସ ଏବଂ ନିଶ୍ଚିନ୍ତକୋଇଲି କ୍ୟାପଟେନ ଜଗନ୍ନାଥ ପଣ୍ଡା, ଟିମ ମ୍ୟାନେଜର ସୁରେନ୍ଦ୍ର ରାଉତ, ପ୍ରଫୁଲ୍ଲ ଦାଶ, ଅଶୋକ ମହାପାତ୍ର ପ୍ରମୁଖ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚକୁ ପରିଚାଳନା କରିଥିବା ବେଳେ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷ ସବିତା ଓଝା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ପୂର୍ବତନ ସିସିବି ବ୍ୟାଙ୍କ ସଭାପତି ଅଶୋକ ଓଝା, ପୂର୍ବତନ ଚେୟାରମ୍ୟାନ ଗିରିଶ ମହାପାତ୍ର, ରମାକାନ୍ତ ମହାନ୍ତି, ଜ୍ୟୋତି ସ୍ୱାଇଁ, ଜ୍ଞାନରଂଜନ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେl

Comments are closed.