ମାହାଙ୍ଗା ଡବଲ ମର୍ଡର ଘଟଣା : ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ଏସପି ଅଫିସ ଘେରାଉ କଲା ବିଜେପି ଯୁବ ମୋର୍ଚ୍ଚା

ନବରଙ୍ଗପୁର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ବିରୋଧରେ ସ୍ୱର ଉଠାଇଲେ ମଣିଷ ମାରୁଛି ଶାସକ ବିଜେଡି ଦଳ, ଏଭଳି କିଛି ନାରାବାଜି ଦେଇ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଂପୃକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଓ ସମସ୍ତ ଅପରାଧୀଙ୍କୁ ଗିରଫ ଦାବିରେ ଆଜି ନବରଙ୍ଗପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏସପି ଅଫିସ ଘେରାଉ କରାଯାଇଛି ।
ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କର ହାତ ରହିଛି। ଏଣୁ ମନ୍ତ୍ରୀ ପ୍ରତାପ ଜେନାଙ୍କର ବହିଷ୍କାର ଦାବିରେ ଭାରତୀୟ ଜନତା ପାର୍ଟି ସାରା ଓଡ଼ିଶାରେ ଏସପି ଅଫିସ୍ ଘେରାଉ କରିଛି। ଯଦି ଏହାକୁ ଗୁରୁତ୍ୱ ନଦିଆଯାଏ ତାହେଲେ ଆଗାମୀ ଦିନରେ ଡିଜି ଅଫିସ୍ ଘେରାଉ କରିବା ସହ ସମଗ୍ର ୩୦ ଗୋଟି ଜିଲ୍ଲାରେ ଜନ ଆନ୍ଦୋଳନ କରି ଚକ ଅଖ ବନ୍ଦ କରିବାକୁ ଚେତାବନୀ ଦେଇଛି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି କାଁହୁ ଦାସଙ୍କ ସଭପତିତ୍ୱରେ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋଇ, ଓବିସି ସଭାପତି ମନୋଜ ମହାଙ୍କୁଡ, ଧରଣୀ ସିଂହ, ଅସିତ ବିଶୋଇ, ହେରେକୃଷ୍ଣ ମୁଦୁଲି, ଶର୍ମିଷ୍ଠା ସିଂହ ଦେଓ, ବେବି ନାୟକ ସୁବୁଦ୍ଧି, ଅରୁଣ ପୂଜାରୀ, ନର୍ସିଙ୍ଗ ଭତରା, ଚନ୍ଦ୍ରଭାନୁ ନାୟକ ପ୍ରମୁଖ ସାମିଲ ଥିଲେ |