ମାହାଙ୍ଗା ହତ୍ୟାକାଣ୍ଡ ପ୍ରସଙ୍ଗ: ମନ୍ତ୍ରୀ ପ୍ରତାପଙ୍କ ସପକ୍ଷରେ ମାହାଙ୍ଗା ନାଗରିକ ମଞ୍ଚର ବିଜେପି ନେତାଙ୍କ କୁଶ ପୁତ୍ତଳିକା ଦାହ

ମାହାଙ୍ଗା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ମାମଲାରେ ଏ ପର୍ଯ୍ୟନ୍ତ ପୁଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସର ସ୍ଥାନୀୟ ଅଂଚଳର ବିଧାୟକ ତଥା ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ଇସ୍ତଫା ଦାବି କରୁଥିବା ବେଳେ ଆଜି ମାହାଙ୍ଗା ନାଗରିକ ମଞ୍ଚ ପକ୍ଷରୁ ବିଜେପି ନେତାଙ୍କ କୁଶ ପୁତ୍ତଳିକା ଦାହ ସହ ନାରାବାଜି ଦିଆଯାଇଛି।
ମଂଚ କହିଛି ଯେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିବା ବେଳେ ମନ୍ତ୍ରୀଙ୍କୁ ଅଯଥା ଏହି ଘଟଣାରେ ମିଛରେ ଛନ୍ଦି ବିଜେପି ରାଜନୀତି କରିଛି। ମାହାଙ୍ଗା ନାଗରିକ ମଞ୍ଚ ସଦସ୍ୟମାନେ ଏଭଳି ସମ୍ବେଦନଶୀଳ ଘଟଣାର ରାଜନୀତିକରଣ କରାଯାଉଥିବାରୁ ନିନ୍ଦା କରିଛନ୍ତି।