ଫୁଲୁଛି ମହାନଦୀ ଆତଙ୍କିତ ନଦୀକୂଳିଆ ଗ୍ରାମବାସୀ

ବୈାଦ୍ଧ :  ହୀରାକୁଦ ଡ୍ୟାମ ଦେଇ ମହାନଦୀର ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଶୁଖିଲା ପଡିଥିବା ମହାନଦୀ ଫୁଲିବାରେ ଲାଗିଛି। ମହାନଦୀର ପାଣି ପଢିବା ଫଳରେ ବୌଦ୍ଧଜିଲ୍ଲାର ତଳମୁଣ୍ଡରେ ଥିବା ନଦୀକୂଳିଆ ଗ୍ରାମବାସୀ ଚିନ୍ତାରେ ବଢିଯାଇଛି। ଓଡିଶାର ବଡ ନଦୀ ମହାନଦୀ ବୌଦ୍ଧଜିଲ୍ଲା ଦେଇ ୧୧୦ କିଲୋ ମିଟର ବୋହି ଯାଇଛି। ଜିଲ୍ଲାର କାମାଳ ବ୍ଲକର ମନମୁଣ୍ଡା ବାସୁଦେବପାଲି ଠାରୁ ଆରମ୍ଭ ହୋଇ ହରଭଙ୍ଗା ବ୍ଲକର ମାରଡା ପର୍ଯ୍ୟନ୍ତ ବୋହିଯାଇଛି। ମହାନଦୀ କୂଳରେ ଜିଲ୍ଲାର ଶତାଧିକ ଗ୍ରାମ ଗଢିଉଠିଛି । ପ୍ରତିବର୍ଷ ବର୍ଷାଋତୁ ଆସିଲେ ଗ୍ରାମବାସୀଙ୍କ ଚିନ୍ତା ବଡିଯାଇଥାଏ।  ବର୍ଷାଋୁତୁ ସମୟରେ ବନ୍ୟାଜଳ କୂଳ ଲଙ୍ଘି ଗ୍ରାମ ମଧ୍ୟକୁ ବନ୍ୟାଜଳ ମାଡି ଆସିଥାଏ ଓ ଲକ୍ଷ ଲକ୍ଷ ଟଙ୍କାର ଧନ ସଂପତି ନଷ୍ଟ ହେବା ସହିତ ଶହଶହ ଏକର ଜମିରେ ବାଲିଚର ହୋଇଯାଥାଏ। ପୂର୍ବେ ଗମନା ଗମନ,ବେପାର ବାଣିଜ୍ୟ ଓ ଚାଷ କାର୍ଯ୍ୟର ସୁବିଧା ଦୃଷ୍ଟି କୋଣରୁ ଜନବସତି ଗୁଡିକ ନଦୀକୂଳମାନଙ୍କରେ ଗଢିଉଠିଥିଲା। ଏହି ପୁରୁଣା ଜନବସତି ମଧ୍ୟରୁ ବୈାଦ୍ଧ ଅନ୍ୟତମ। ଜିଲ୍ଲା ଦେଇ ମହାନଦୀ, ତେଲନଦୀ, ସାଲୁଙ୍କି ଓ ବାଘନଦୀ ବୋହିଯାଇଛି। ଏହି ନଦୀକୂଳମାନଙ୍କରେ ଜନବସତି ସ୍ଥାପିତ ହୋଇଛି । ବୈାଦ୍ଧର  ମହାନଦୀକୁଳରେ ଶତାଧିକ ଗ୍ରାମ ଗୁଡିକ ଗଢିଉଟିଥିବା ବେଳେ ର୍ବମାନ ଏହି ଗ୍ରାମଗୁଡିକ ପାଇଁ ବିପଦ ସୃଷ୍ଟି କରିଛି ମହାନଦୀ। ମହାନଦୀର କୂଳରେ ଗ୍ରାମଗୁଡିକ ଗଢି ଉଠିଥିବାରୁ ପ୍ରତିବର୍ଷ ବର୍ଷାଦିନ ହେଲେ ମହାନଦୀରେ ବନ୍ୟା ପାଣି ଆସି କୂଳ ଲଙ୍ଘି ଗ୍ରାମ ମଧ୍ୟକୁ ପାଣି ମାଡି ବ୍ୟାପକ କ୍ଷୟକ୍ଷତି କରୁଛି।
ଜିଲ୍ଲାର ବୈାଦ୍ଧବ୍ଲକର ସାହୁପଡା, ମହେଶ୍ୱରପିଣ୍ଡା,ବାଉଁଶୁଣୀ,ତେନ୍ତୁଳିପାଲି, କମ୍ପଲା,କମ୍ପରା,ସାପଦୋହଲି,ଜଗନ୍ନାଥପୁର, ମର୍ଜାଦିପୁରର ଗିଙ୍ଗିରାସାହି ଆଦି ଗ୍ରାମ ଗୁଡିକ ମହାନଦୀ କୂଳରେ ରହିଥିବା ବେଳେ ହରଭଙ୍ଗା ବ୍ଲକର ମାରଡା, କୁତୁରି,ଅତଲସରା, କୁମାରୀ, କୁଡାସିଙ୍ଗା, ହରଭଙ୍ଗା, ବୁଲୁରା, ପାଣିଘରା, ଖରସଙ୍କୁଲେଇ, ସାକୁସିଙ୍ଗା,ଖଣ୍ଡିଧଳପୁର,ଉଆଁଲ, କଙ୍କଲା, ପଲସପାଟ, ପରଗଲପୁର ର ଝରାସାହି, ହାଟଗାଁ, ମଙ୍ଗଲପୁର, କରଡି,କୃଷ୍ଣମୋହନପୁର ଆଦି ଗ୍ରାମ ଗୁଡିକ ନଦୀକୂଳରେ ରହିଛି। ମହାନଦୀରେ ସାମାନ୍ୟ ବନ୍ୟା ପାଣି ଆସିଲେ ସେଥିମଧ୍ୟରୁ ଅଧିକାଂଶ ଗ୍ରାମ ମଧ୍ୟକୁ ବନ୍ୟାପାଣି ପ୍ରବେଶ କରିଥାଏ। ପ୍ରତିବର୍ଷ ବନ୍ୟା ପୂର୍ବରୁ ପ୍ରଶାସନ ପକ୍ଷରୁ ଏହି ସବୁ ଗ୍ରାମବାସୀମାନଙ୍କୁ ଆଗୁଆ ସତର୍କ କରାଯିବା ସହିତ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇ ଥାଏ। ବନ୍ୟା ଏହି ଅଂଚଳବାସୀଙ୍କ ଯେପରି ସହଚର ହୋଇଛି। ହେଲେ ସରକାରଙ୍କ ପକ୍ଷରୁ ବନ୍ୟା ପ୍ରଭାବିତବାସୀନ୍ଦାଙ୍କ ପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବାରୁ ପ୍ରତିବର୍ଷ ସେମାନେ ବନ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ମହାନଦୀ କୂଳରେ ଏକ ପ୍ରଟେକସନ ୱାଲ କରାଯାଇ ପାରନ୍ତା ତାହାହେଲେ ବନ୍ୟା ପାଣି ଗ୍ରାମ ମଧ୍ୟକୁ ପ୍ରବେଶ କରିବା କଷ୍ଟକର ହୋଇପଡନ୍ତା ଓ ଲୋକଙ୍କ ଧନ ଜୀବନ ସୁରକ୍ଷାରେ ସହାୟକ ହୋଇ ପାରନ୍ତା ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି।

Comments are closed.