ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା-ଏସ୍‌ଆର୍‌ସି

ବନ୍ୟା ଓ ବର୍ଷା ଯୋଗୁ ଗତ ୩ ଦିନରେ ୭ ମୃତ୍ୟୁ

ଭୁବନେଶ୍ବର: ମହାନଦୀରେ ମଧ୍ୟମ ଧରଣ ବନ୍ୟା ସମ୍ଭାବନା ରହିଛି। ମହାନଦୀର ମୁଣ୍ଡୁଳିଠାରେ ଏବେ ସାଢ଼େ ୭ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ହୀରାକୁଦରେ ସାଢ଼େ ୫ଲକ୍ଷ କ୍ୟୁସେକ୍‌ ଜଳ ପଶୁଛି ଓ ୩ଲକ୍ଷ କ୍ୟୁସେକ୍‌ ଜଳ ଛାଡୁଛି। ଇବ୍‌ ଏବଂ ଭେଡେନ୍‌ ନଦୀର ବହୁ ପରିମାଣର ଜଳ ହୀରାକୁଦ ଡ୍ୟାମ୍‌ ଭିତରକୁ ପ୍ରବେଶ କରୁଛି। ଏବେ ହୀରାକୁଦରେ ୧୮ଟି ଗେଟ୍‌ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଛି। ଏହି ବନ୍ୟା ପାଣି ମୁଣ୍ଡୁଳିରେ ପହଞ୍ଚିଲାବେଳକୁ ୮ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ। ଏହାଫଳରେ ମହାନଦୀ ତଳମୁଣ୍ଡରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କଟକ ଜିଲା ଆଲର୍ଟ ରହିଛି। ନୟାଗଡ଼ ଓ ଖୋର୍ଦ୍ଧା ଜିଲା ପ୍ରଶାସନକୁ ମଧ୍ୟ ଆଲର୍ଟ କରାଯାଇଛି ବୋଲି ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନାଙ୍କ ସୂଚନା ଦେଇଛନ୍ତି।

ବନ୍ୟା ଓ ବର୍ଷା ଯୋଗୁ ଗତ ୩ ଦିନରେ ୭ ମୃତ୍ୟୁ ହୋଇଛି। ମୟୂରଭଞ୍ଜରେ ୪, କେନ୍ଦୁଝରରେ ୨ ଓ ସୁନ୍ଦରଗଡ଼ରେ ଜଣେ ମୃତ। ବନ୍ୟା ଜଳରେ ଭାସି ଯାଇ ଆଉ ୨ଜଣ ନିଖୋଜ ଅଛନ୍ତି।

Comments are closed.