ମହାନଦୀରୁ ବିପଦ ଆଶଙ୍କା ନାହିଁ: ଏସଆରସି

ଭୁବନେଶ୍ବର: ବନ୍ୟା ସ୍ଥିତି ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ ଉପର ମୁଣ୍ଡରେ ବର୍ଷା କମିଛି। ହୀରାକୁଦକୁ ଜଳ ପ୍ରବେଶ ହ୍ରାସ ପାଇଛି। ଏବେ ୪.୭୦ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି। ସେଥିମଧ୍ୟରୁ ୪.୮୪ଲକ୍ଷ ଜଳ ନିଷ୍କାସନ ହେଉଛି। ହୀରାକୁଦରୁ ଆସିଥିବା ପାଣି ଆସନ୍ତାକାଲି ସକାଳେ ମୁଣ୍ଡଳିରେ ପିକ୍ ଧରିବ। ଆସନ୍ତାକାଲି ସକାଳେ ମୁଣ୍ଡଳିରେ ସାଢ଼େ ୭ରୁ ୮ଲକ୍ଷ କ୍ୟୁସେକ ପାଣି ଯିବ। ଏସବୁ ଦେଖିଲେ ମହାନଦୀରେ ବିଶେଷ କିଛି ଆଶା କରୁନାହୁଁ ବୋଲି ଏସଆରସି ପ୍ରଦୀପ ଜେନା ପ୍ରକାଶ କରିଛନ୍ତି।

Comments are closed.