ପାଟି ଖୋଲିଲେ ଜେଲ, ସହାୟତା କରୁନି ମହାନଦୀ କୋଲଫିଲ୍ଡ ଲିମିଟେଡ

ଆରଆର ପଲିସି ଅନୁସାରେ ମହାନଦୀ କୋଲଫିଲ୍ଡ ଲିମିଟେଡ କମ୍ପାନୀ ସ୍ଥାନୀୟ ଲୋକମାନଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନ କରୁନାହିଁ। ଅନ୍ୟପକ୍ଷରେ କମ୍ପାନୀର ଏ ପ୍ରକାର ବ୍ୟବହାର ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଲୋକମାନଙ୍କୁ ପ୍ରଶାସନ ଜେଲରେ ପୂରାଇ ଦେଉଛି ବୋଲି ଆଜି ବିଧାନସଭାରେ ଶୂନ୍ୟକାଳରେ ଶାସକ ଦଳର ବିଧାୟକ କିଶୋର ମହାନ୍ତି କହିଛନ୍ତି।

ବିଧାୟକ ଶ୍ରୀ ମହାନ୍ତି କହିଛନ୍ତି ଯେ ଲୋକମାନଙ୍କଠାରୁ ଜମି ନେଇଥିବା ଏମସିଏଲ କମ୍ପାନୀ ଲୋକମାନଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନ କରୁନାହିଁ। ପ୍ରଶାସନ ପକ୍ଷରୁ ଆରପିଡିସିଏ ବୈଠକ ମଧ୍ୟ ବସୁ ନାହିଁ। ଯଦି ଏହି ବୈଠକ ନିୟମିତ ବ୍ୟବଧାନରେ ବସନ୍ତା ତେବେ ସ୍ଥାନୀୟ ଲୋକମାନଙ୍କର ସମସ୍ୟାର ସମାଧାନ ହୋଇପାରନ୍ତା। ଅନ୍ୟ ପକ୍ଷରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ମଧ୍ୟ ଶ୍ରୀ ମହାନ୍ତିଙ୍କ କଥାକୁ ସମର୍ଥନ କରିଥିଲେ। ସେହିପରି ବିଜେଡି ବିଧାୟକ ରୋହିତ ପୁଜାରୀ ମଧ୍ୟ ଏମସିଏଲ କମ୍ପାନୀ ଲୋକମାନଙ୍କୁ ସହାୟତା କରୁ ନ ଥିବା କହିଥିଲେ।

Comments are closed.