ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

ପାଟଣା :  ଢେଙ୍କିକୋଟର ମହାଲକ୍ଷ୍ମୀ ପୂଜା ସମିତିର ୪୯ତମ ବାର୍ଷିକ ଉତ୍ସବରେ ପୂଜ୍ୟ ପୂଜା ଓ ସମ୍ବର୍ଦ୍ଧନା ସମାରୋହ ରୋହିତ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ନେତା ଦେବାଶିଷ ପାତ୍ର ଯୋଗ ଦେଇ ଛାତ୍ର ଓ ଯୁବକ ମାନେ କର୍ତ୍ତବ୍ୟ ନିଷ୍ଠ, ଶୃଙ୍ଖଳିତ ଓ କଠିନ ପରିଶ୍ରମୀ ହେଲେ ସଫଳତା ସେମାନଙ୍କ ପାଇଁ ବେଶୀ ଦୂର ନୁହେଁ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ରେ ମହାଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ସଭାପତି କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ର ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କରଙ୍କୁ ମାନପତ୍ର ଓ ଉପାୟାନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସେହିପରି ସମିତିର ବରିଷ୍ଠ ସଦସ୍ୟ ରବୀନ୍ଦ୍ର କୁମାର ସାହୁଙ୍କ ଦ୍ଵାରା ଯୁବନେତା ଦେବାଶିଷ ପାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ମୁଖ୍ୟ ଅତିଥି ଶ୍ରୀ ପାତ୍ରଙ୍କ ଦ୍ଵାରା ସମିତି ର ପ୍ରତିଷ୍ଠାତା ସଦସ୍ୟ ପରମାନନ୍ଦ ସାହୁ ଓ ଭୀମସେନ ସାହୁଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ସାହୁ, ଦିଗାମ୍ବର ନାୟକ, ନୀଳମଣି ମଣ୍ଡଳ, ବିଜୟ କୁମାର ପାଳ, ମହେଶ୍ୱର ସାହୁ, ସଂଜୀବ କୁମାର ସାହୁ ପ୍ରମୁଖ ଅନ୍ୟମାନେ ସାମିଲ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଅସୀମା ପଣ୍ଡା, କୁମାର ଗୌତମ ଓ ତାଙ୍କ ସାଥୀ ନୃତ୍ୟ ସଙ୍ଗୀତ ପରିବେଷଣ କରି ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

Comments are closed.