ଚଳିତ ବର୍ଷ ନବରାତ୍ରର ମହାସଂଯୋଗ, ଦୁଇ ଥର ପଡୁଛି ଶନିବାର

ଚଳିତବର୍ଷ ଆଶ୍ବିନ ମାସ ଦୋ-ମାସି (ଦୁଇଟି ମାସ) ବା ମଳ ମାସ ପଡୁଥିବାରୁ ନବରାତ୍ର ଗୋଟିଏ ମାସ ଆଗକୁ ଚାଲି ଆସିଛି। ପ୍ରତିବର୍ଷ ନବରାତ୍ରୀ ପିତୃପକ୍ଷ ବା ମହାଳୟା ଅମାବାସ୍ୟା ପରେ ଆରମ୍ଭ ହୁଏ। କିନ୍ତୁ ଏଥର ଅମାବାସ୍ୟା ଏବଂ ନବରାତ୍ର ମଧ୍ୟରେ ଏକ ମାସର ସମୟ ରହିଛି। ତେଣୁ ଏବର୍ଷ ଶାରଦୀୟ ନବରାତ୍ର ଅକ୍ଟୋବର ୧୭ରୁ ଆରମ୍ଭ ହେବ।

ଏଥର ନବରାତ୍ରରେ ଅନେକ ସଂଯୋଗ ପଡୁଛି। ରାଜଯୋଗ, ଦ୍ୱିପୁଷ୍କର ଯୋଗ, ସିଦ୍ଧିଯୋଗ, ସର୍ଭାର୍ଥସିଦ୍ଧି ଯୋଗ, ଏବଂ ଅମୃତ ଯୋଗ ଭଳି ମହାସଂଯୋଗ ପଡୁଛି। ଏଥର ନବରାତ୍ର ଶନିବାର ଠାରୁ ଆରମ୍ଭ ହେଉଥିବା ବେଳେ ନବରାତ୍ର ମଧ୍ୟରେ ଦୁଇଟି ଶନିବାର ଦିନ ପଡୁଛି। କୁହାଯାଏ ନବରାତ୍ରରେ ମା’ ଦୁର୍ଗାଙ୍କ ଆରାଧନା କରିବା ସର୍ବତ୍ତୋମ।

Comments are closed.