ସୁଶାନ୍ତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତକୁ ମହାରାଷ୍ଟ୍ର ସରକାରଙ୍କ ବିରୋଧ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ନେଇଛି। କିନ୍ତୁ ଏହାକୁ ବିରୋଧ କରିଛନ୍ତି ମହାରାଷ୍ଟ୍ର ସରକାର। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସୁପ୍ରିମକୋର୍ଟରେ ଜବାବ ରଖିବା କରିବା ସହିତ ବନ୍ଦ ଲଫାଫା ମଧ୍ୟରେ ପୁଲିସର ତଦନ୍ତ ରିପୋର୍ଟ ଦାଖଲ କରାଯାଇଛି।

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସରକାର ଦାଖଲ କରିଥିବା ଜବାବରେ ବିହାର ସରକାରଙ୍କ ଉପରେ ଅନେକ ଅଭିଯୋଗ ଆଣିଛନ୍ତି। ମହାରାଷ୍ଟ୍ର ସରକାର କହିଛନ୍ତି, ଏହି ମାମଲାରେ ବିହାର ସରକାର ନିୟମ ବିରୋଧରେ ଯାଇ କାମ କରିଛନ୍ତି। ବିହାର ସରକାର ନିକଟରେ କେବଳ ଜିରୋ ଏଫଆଇଆର ରୁଜୁ କରିବାର ଅଧିକାର ଥିଲା। ସେମାନେ ଏଫଆଇଆର ରୁଜୁ କରି ତାହାକୁ ଆମ ପାଖକୁ ପଠାଇବା ଉଚିତ ଥିଲା। କିନ୍ତୁ ବିହାର ପୁଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଥିଲା, ଯାହାର କୌଣସି ଅଧିକାରୀ ସେମାନଙ୍କ ପାଖରେ ନାହିଁ। ଯେତେବେଳେ ତଦନ୍ତ କରିବା ବେଆଇନ, ସେତେବ​‌ଳେ ବିହାର ସରକାର ସିବିଆଇ ତଦନ୍ତ ପାଇଁ କିପରି ସୁପାରିସ୍‌ କରିପାରିବ? କେନ୍ଦ୍ର ବି ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇ ଭୁଲ କରିଛି। କେନ୍ଦ୍ର ସରକାର ବିହାର ସରକାରଙ୍କ ଅନଧିକୃତ ସୁପାରିସକୁ ମାନିନେବା କେନ୍ଦ୍ର-ରାଜ୍ୟ ସମ୍ପର୍କର ସାମ୍ବିଧାନିକ ମର୍ଯ୍ୟାଦା ବିରୋଧୀ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Comments are closed.