ଟ୍ରାକ୍ଟରକୁ ଧକ୍କା ଦେଇ ଜଳିଗଲା ଆମ୍ବ ବୋଝେଇ ପିକପ, ଚାଳକ ମୃତ

ଦେଓଗାଁ: ବରଗଡ଼- ବୋରିବୁମା ଜାତୀୟ ରାଜପଥ ୨୬ ବଲାଙ୍ଗୀର ଦେଓଗାଁ ରାସ୍ତା ଉପରେ ଏକ ଟ୍ରାକ୍ଟରକୁ ଆମ୍ଭ ବୁଝେଇ ପିକପ ଧକ୍କା ଦେଇଥିଲା। ଏହାପରେ ଦୁର୍ଘଟଣାରେ ପିକପ ସମ୍ପୂର୍ଣ୍ଣ ଜଳି ଯାଉଥିବାବେଳେ ଏହାର ଚାଳକଙ୍କ ନିଆଁରେ ପୋଡ଼ି ମୃତ୍ୟୁ ହୋଇଛି। ଦେଓଗାଁ ଥାନା ଅନ୍ତର୍ଗତ ହାଇସ୍କୁଲ ଛକରେ ବଲାଙ୍ଗୀର ପଟୁ ଆମ୍ଭ ବୁଝେଇ ହୋଇ ଆସୁଥିବା ଏକ ପିକପ ଗାଡି ନିର୍ମାଣ ସାମଗ୍ରୀ ନେଇ ଦେଓଗାଁ ଅଭିମୁଖେ ଯାଉଥିବା ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଫଳରେ ଟ୍ରାକ୍ଟରଟି ଜଳି ଓଳିଟି ପଡିଥିଲା। ଏହାର ନିଆଁ ପିକପ ଗାଡିରେ ଲାଗି ଯିବାରୁ ଏହା ସମ୍ପୂର୍ଣ୍ଣ ଜଳି ଜାଇଥିଲା। ଜଳୁଥିବା ପିକପରୁ ଚାଳକ ବାହାରି ପାରିନଥିଲେ ଏବଂ ନିଆଁରେ ପୋଡ଼ି ଯାଇ ତାଙ୍କର ମୃତ୍ୟୁ ହୋଇଥିଲା।

ଅପରପକ୍ଷରେ ଟ୍ରାକ୍ଟର ଚାଳକ ଜଣକ ଫେରାର ହୋଇଥିବା ସୂଚନା ମିଳିଛି। ଦେଓଗାଁ ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କରିଥିଲେ ବି ଚାଳକ ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣା ସ୍ଥଳ ଦେଓଗାଁ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଗାଡି ମୃତ ଚାଳକଙ୍କ ପରିଚୟ ମିଲି ନ ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.