ଛିନ୍ଦୱାଡ଼ାରେ ବିଧବାଙ୍କୁ ଗଣବଳାତ୍କାର, ଭିଡିଓ ଭାଇରାଲ

ଭୋପାଳ : ମଧ୍ୟପ୍ରଦେଶ ଛିନ୍ଦୱାଡାର ଓମରେଠ ଥାନା ଅଞ୍ଚଳରେ ଜଣେ ଆଦିବାସୀ ବିଧବା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ୩ ଜଣ ଅଭିଯୁକ୍ତ ମହିଳାଙ୍କୁ ଜଙ୍ଗଲକୁ ନେଇ ଗଣବଳାତ୍କାର କରିଛନ୍ତି। ଅଭିଯୁକ୍ତମାନେ ମହିଳାଙ୍କୁ ଡରାଇବା ଓ ଧମକାଇବା ସହ ବଳାତ୍କାରର ଭିଡିଓ କରିଥିଲେ। ପରେ ଏହି ଭିଡିକୁ ସେମାନେ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେଇଥିଲେ। ମହିଳାଙ୍କ ଅଭିଯୋଗ କ୍ରମେ ପୁଲିସ୍‍ ଏକ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୀଡ଼ିତା ଆଦିବାସୀ ବିଧବା ମହିଳାଙ୍କ ବୟସ ୩୮ ବର୍ଷ ହେବ ବୋଲି କୁହାଯାଉଛି। ମହିଳା ଜଣକ ଉମରେଠ ଥାନାକୁ ଯାଇ ବଳାତ୍କାର ସମ୍ପର୍କରେ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଜୁଲାଇ ୬ରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସେ ବିଲରୁ କାମ ସାରି ଫେରୁଥିଲେ। ସେ ଚାଲି ଚାଲି ଆସୁଥିବା ସମୟରେ ତାଙ୍କ ପଡୋଶୀ ଶ୍ୟାମ ଶର୍ମା (୩୫), ମୁକେଶ (୨୮) ଏକ ବାଇକ୍‍ ଯୋଗେ ଆସି ତାଙ୍କ ପାଖରେ ଅଟକିଥିଲେ ଓ ତାଙ୍କୁ ନେଇ ଘରେ ଛାଡ଼ିବାକୁ କହିଥିଲେ। ତାଙ୍କ କଥାରେ ସେ ବାଇକରେ ବସିଥିଲେ। ଉଭୟ ତାଙ୍କୁ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ତାଙ୍କ ଦୁଇ ପଡୋଶୀଙ୍କ ସହ ଗୋଲୁ ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ବଳାତ୍କାର କରିଥିଲେ ଓ ତାର ଭିଡିଓ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।

Comments are closed.