ଛାତ୍ରଛାତ୍ରୀଙ୍କ ପାଇଁ ‘ମଧୁ ଆପ୍’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଛାତ୍ରଛାତ୍ରୀମାନଙ୍କୁ ସହଜରେ ପାଠ ବୁଝାଇବା ଏବଂ ବିଭିନ୍ନ ପ୍ରଶ୍ନର ଅଭ୍ୟାସ କରାଇବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ମଧୁ ଆପ୍’। ଛାତ୍ରଛାତ୍ରୀମାନେ ଏହି ଆଫ୍ ମୋବାଇଲ ଫୋନରେ ଡାଉନଲୋଡ୍ କରି ଭିଡିଓ ଦ୍ବାରା ଶ୍ରେଣୀରେ ପଢା ଯାଉଥିବା ପାଠ୍ୟକ୍ରମକୁ ବୁଝି ପାରିବେ। ଉତ୍କଳ ଗୌରବ ନାମରେ ନାମିତ ଏହି ନୂଆ ଆପ୍ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ସେଠାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଗଣଶିକ୍ଷା ସଚିବ, ରାଜ୍ୟର ମୁଖ୍ୟ ଶାସନ ସଚିବ, ଆଦର୍ଶ ବିଦ୍ୟାଳୟର ସଙ୍ଗଠନର ଅଧ୍ୟକ୍ଷ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା  ଏବଂ ଗଞ୍ଜାମ ଜିଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.