ଆସନ୍ତାକାଲିଠାରୁ ସମଲେଶ୍ବରୀ ମନ୍ଦିରରେ ଭକ୍ତଙ୍କ ସାଧାରଣ ଦର୍ଶନ ବନ୍ଦ

ସମ୍ବଲପୁର : କୋବିଡ଼ ସଂକ୍ରମଣ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାଇ ଆସନ୍ତାକାଲିଠାରୁ  ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ମା ସମଲେଶ୍ବରୀ ମନ୍ଦିରରେ ଭକ୍ତ ମାନଙ୍କର ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀ ଶ୍ରୀ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଏହି ସୂଚନା ଦେଇଛନ୍ତି ।

ତେବେ ଏହି ଦିନ ମାନଙ୍କରେ ମା ସମଲେଶ୍ବରୀଙ୍କର ରୀତିନୀତି ଓ ପୂଜାର୍ଚନା ବିଧି ଅନୁସାରେ ପୂଜକ ମାନଙ୍କ ଦ୍ୱାରା ସମ୍ପାଦିତ ହେବ।

Comments are closed.