ନବରାତ୍ରର ତୃତୀୟ ଦିନରେ କରନ୍ତୁ ମା’ଙ୍କ ଚନ୍ଦ୍ରଘଣ୍ଟା ରୂପର ଆରଧନା

ନବରାତ୍ରର ତୃତୀୟ ଦିନରେ ଭୟରୁ ମୁକ୍ତି ଏବଂ ବିପୁଳ ସାହାସ ପ୍ରାପ୍ତି ପାଇଁ ମା’ଙ୍କ ଚନ୍ଦ୍ରଘଣ୍ଟା ରୂପକୁ ପୂଜା କରାଯାଏ। ଏହି ରୂପରେ ମା’ଙ୍କ ମୁଣ୍ଡ ଉପରେ ଘଣ୍ଟା ଆକାରର ଚନ୍ଦ୍ରମା ରହିଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ମା’ଙ୍କ ଦଶ ହସ୍ତରେ ଅସ୍ତ୍ରଶସ୍ତ୍ର ରହିଥାଏ। ମା’ ଚନ୍ଦ୍ରଘଣ୍ଟା ତନ୍ତ୍ର ସାଧନାରେ ମଣିପୁର ଚକ୍ରକୁ ନିୟନ୍ତ୍ରିତ କରିଥାନ୍ତି। ଜ୍ୟୋତିଶାସ୍ତ୍ରରେ ଏହାର ସମ୍ବନ୍ଧ ମଙ୍ଗଳ ଗ୍ରହ ରହିଛି। ଚଳିତବର୍ଷ ନବରାତ୍ରର ମା’ଙ୍କ ଚନ୍ଦ୍ରଘଣ୍ଟା ରୂପ ଅକ୍ଟୋବର ୧ ତାରିଖ ମଙ୍ଗଳବାର ଅର୍ଥାତ୍ ଆଜି ପାଳନ କରାଯାଉଛି। ଏହି ଦିନ ମା’ଙ୍କୁ କ୍ଷୀରରେ ପ୍ରସ୍ତୁତ ମିଷ୍ଟାନ୍ନ, କ୍ଷୀରି ଆଦି ନୈବେଦ୍ୟ ଅର୍ପଣ କରନ୍ତୁ।
ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜା ବିଧି
ନାଲି ବସ୍ତ୍ର ପରିଧାନ କରି ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜାର୍ଚ୍ଚନା କରନ୍ତୁ।
ମା’ଙ୍କୁ ନାଲି ଫୁଲ, ରକ୍ତ ଚନ୍ଦନ ଏବଂ ନାଲି ଚୁନରୀ ସମର୍ପିତ କରନ୍ତୁ।
ମା’ ଚନ୍ଦଘଣ୍ଟାଙ୍କୁ ପୂଜା କରିବା ଦ୍ବାରା ମଣିପୁର ଚକ୍ର ମଜବୁତ ହୋଇଥାଏ ଏବଂ ମନରୁ ଭୟ ଦୂର ହୋଇଥାଏ।
ଯଦି ଏହି ଦିନ ପୂଜା କରିବା ସମୟରେ କିଛି ଅଦ୍ଭୁତ ସିଦ୍ଧି ଅନୁଭବ ହେଉଛି ତେବେ ତାହା ଉପରେ ଧ୍ୟାନ ନଦେଇ ସାଧନା ଜାରି ରଖନ୍ତୁ।
ମା’ ଚନ୍ଦ୍ରଘଣ୍ଟାଙ୍କୁ ଏହି ଭୋଗ ଅର୍ପଣ କରନ୍ତୁ
ମା’ଙ୍କ ବିଭିନ୍ନ ରୂପରେ ଭିନ୍ନଭିନ୍ନ ଭୋଗ ଅର୍ପଣ କରାଯାଏ। ଚନ୍ଦ୍ରଘଣ୍ଟା ରୂପରେ ମା’ଙ୍କୁ କ୍ଷୀରରେ ପ୍ରସ୍ତୁତ ମିଷ୍ଟାନ୍ନ, କ୍ଷୀରି ଆଦି ନୈବେଦ୍ୟ ଅର୍ପଣ କରନ୍ତୁ। ମା’ଙ୍କୁ ଭୋଗ ଅର୍ପଣ କରିବା ପରେ ନିଜେ ତାହାକୁ ଅର୍ପଣ କରନ୍ତୁ।
Comments
Loading...