MEllora 950×100

ତୃତୀୟ ଦିନରେ ମାଁ ଭୈରବୀ ମହୋତ୍ସବ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି।  ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ୮ନମ୍ବର  ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ତାରମଣୀ ପ୍ରଧାନ, ସମ୍ମାନିତ ଅତିଥିଭାବେ ସରପଞ୍ଚ ସଙ୍ଘ ସଭାପତି ନିହାର କୁମାର ଘୋଷ, ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମଲ୍ଲିକ, ଭୈରବୀ  ମହୋତ୍ସବ କମିଟି ସମ୍ପାଦକ ଅଶୋକ କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ।  ତୃତୀୟ ସନ୍ଧ୍ୟାରେ ପ୍ରଥମେ ଓଡିଶୀ ନୃତ୍ୟ ପ୍ରଣାମ ଅନୁଷ୍ଠାନ ବୌଦ୍ଧ, ସମ୍ବଲପୁରୀ ନୃତ୍ୟ ଦୁଲଫୁଲ କଳାପରିଷଦ ପଦ୍ମପୁର, ଆଦିବାସୀ ନୃତ୍ୟ ଗନ୍ଧରାଡ଼ି କଳାପରିଷଦ ଚାରିଶମ୍ଭୁ ,ଡିଗ୍ରୀ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଏବଂ ଲୋକ ଗୀତ ଓ ନୃତ୍ୟ ଆଦି ଆଞ୍ଚଳିକ ସୁନାମଧନ୍ୟ କଳାକାର ମାନଙ୍କୁ ନେଇ ପରିବେଷଣ ହୋଇଥିଲା।

Comments are closed.