୧୯ରେ ଶତାବ୍ଦୀର ଦୀର୍ଘତମ ‘ଆଶିଂକ’ ଚନ୍ଦ୍ର ଗ୍ରହଣ : ଭାରତରେ ହେବନି ଦୃଶ୍ୟମାନ

ଭୁବନେଶ୍ବର : ଆସନ୍ତା ୧୯ରେ ସଙ୍ଗଠିତ ହେବ ଶତାବ୍ଦୀର ଦୀର୍ଘତମ ଆଶିଂକ ଚନ୍ଦ୍ର ଗ୍ରହଣ । ଏହା ଭାରତୀୟ ସମୟ ସକାଳ ୧୧ ଟା ୩୨ ମିନିଟରେ ଆରମ୍ଭ ହେବ। ସେତେବେଳେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବ। ଅପରାହ୍ଣ ୧୨ଟା ୪୮ମିନିଟ ପରେ ଚନ୍ଦ୍ର ଛାୟାରେ ପ୍ରବେଶ କରିବ ଓ ଅପରାହ୍ଣ ୨ଟା ୩୨ମିନିଟରେ ସର୍ବାଧିକ ୯୭.୪୨ ପ୍ରତିଶତ ଗ୍ରହଣ ଲାଗିବ। ସେହିପରି ଅପରାହ୍ଣ ୪ଟା ୧୭ମିନିଟରେ ଏହା ଛାୟାରୁ ବାହାରିବ। ସନ୍ଧ୍ୟା ୫ଟା ୩୩ ମିନିଟରେ ଉପଛାୟାରୁ ପୂରା ବାହାରି ଯିବ। ଏହି ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଟ୍ରେଲିଆ ଓ ଆମେରିକା ଏବଂ ୧୮ରେ ଆଲାସ୍କା ଓ ହାୱାଇର କିଛି ଅଂଶ, ତଥା ଉତ୍ତର-ପଶ୍ଚିମ ତଥା ଉତ୍ତର-ୟୁରୋପର କିଛି ଅଞ୍ଚଳରେ ଆଂଶିକ ଚନ୍ଦ୍ରଗ୍ରହଣ ଭାବେ ଦୃଶ୍ୟମାନ ହେବ। ଭାରତକୁ ଏହା ଦୃଶ୍ୟମାନ ହେବ ନାହିଁ ।

Comments are closed.