୧୯ରେ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ: ନଭେମ୍ବର ୧୯ ଶୁକ୍ରବାର ରାସ ପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମାରେ ଆଶିଂକ ଚନ୍ଦ୍ରଗ୍ରହଣ ହେବ। ଏହା ଚଳିତ ବର୍ଷର ଶେଷ ଓ ଦ୍ବିତୀୟ ଚନ୍ଦ୍ରଗ୍ରହଣ। ଏହି ଚନ୍ଦ୍ରଗ୍ରହଣ ଭାରତର ଉତ୍ତର ପୂର୍ବାଞ୍ଚଳ ଆସାମ ଓ ଅରୁଣାଚଳ ପ୍ରଦେଶରେ ଦୃଶ୍ୟମାନ ହେବ। ଆମେରିକା, ଉତ୍ତର ୟୁରୋପ, ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମଧ୍ୟ ଏହା ଦୃଶ୍ୟମାନ ହେବ। ଏହି ଚନ୍ଦ୍ରଗ୍ରହଣ ପୂର୍ବାହ୍ନ ୧୧ଟା ୩୪ ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୩ ମିନିଟରେ ମୋକ୍ଷ ହେବ। ତେଣୁ ଚନ୍ଦ୍ର ଉଦୟ ସମୟରେ ହିଁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ।

ପୂର୍ଣ୍ଣିମା ତିଥିରେ ଚନ୍ଦ୍ରଗ୍ରହଣ ହୋଇଥାଏ। ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥିବୀ ଏକ ସରଳ ରେଖାରେ ଅବସ୍ଥାନ କଲେ ଚନ୍ଦ୍ରଗ୍ରହଣ ହୋଇଥାଏ। ଗୋଟିଏ ବର୍ଷରେ ସର୍ବାଧିକ ୩ ଥର ଚନ୍ଦ୍ରଗ୍ରହଣ ହୋଇଥାଏ।

Comments are closed.