ଆଇଡିଏଲ୍ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା

ବୌଦ୍ଧ: ବୌଦ୍ଧ ବ୍ଲକ ବାଉଁଶୁଣିସ୍ଥିତ ଆଇଡିଏଲ୍ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ନବଲେଶ୍ୱରୀ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ରଙ୍କନିଧି ଗାଈଗୌରୀଆ ମୁଖ୍ୟ ଅତିଥି ଓ କ୍ରୀଡା ସଂଘଠକ ପ୍ରବୀଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସହକାରୀ ଶିକ୍ଷକ ଚିତ୍ତରଞ୍ଜନ ସେଠୀ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଜ୍ଞା ମିଶ୍ର ଧନ୍ୟବାଦ ଦେଇଥିଲେ। କ୍ରୀଡ଼ାର ଦୌଡ଼, ଲମ୍ବ ଡିଆଁ, ବେଲୁନ ରେସ୍, ବାଟିଚାମଚ, ଚକଲେଟ୍ ରେସ୍ ଆଦି ବିଭାଗରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ମନୋଜ ଗାଈଗୌରୀଆ କ୍ରୀଡା ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ।

Comments are closed.