ପ୍ରେମରେ ବିଫଳ ହୋଇ ବେକ ଓ ହାତ କାଟିଲେ ଯୁବକ

କେନ୍ଦୁଝର/କେନ୍ଦୁଝରଗଡ଼: କେନ୍ଦୁଝର ଟାଉନ ଥାନା ଅଧୀନ ଧାଙ୍ଗରପଡ଼ା ନିକଟରେ ଶୁକ୍ରବାର ଅପରାହ୍ନରେ ଜଣେ ଯୁବକ ପ୍ରେମରେ ବିଫଳ ହୋଇ ନିଜର ବେକ ଓ ହାତ କାଟିଦେବା ଚର୍ଚ୍ଚାର ବିଷୟ ହୋଇଛି। ଯୁବକଜଣକ ରାସ୍ତା ପାର୍ଶ୍ବରେ ଗୁରୁତର ଅବସ୍ଥାରେ ଦୌଡୁଥିବା ବେଳେ ସ୍ଥାନୀୟ ଯୁବକ ତାକୁ ଉଦ୍ଧାର କରିଥିଲେ। ସେହି ସମୟରେ ଯାଉଥିବା ଏକ ଆମ୍ବୁଲାନ୍ସ ସହାୟତାରେ ତାକୁ ତୁରକ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଯୁବକଜଣକ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାବେଳେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ ଦାୟିତ୍ୱରେ ଥିବା ଡାକ୍ତର ପରାମର୍ଶ ଦେଇଛନ୍ତି। ଗୁରୁତର ଆହତ ଯୁବକର ନାମ ଭଦୁ ଓ ତା’ର ଘର ପଶ୍ଚିମବଙ୍ଗ ରାଜ୍ୟର ମୁର୍ଶିଦାବାଦ ଅଞ୍ଚଳର ହୋଇଥିବା ବେଳେ ସେ କେନ୍ଦୁଝରରେ ରହି ଗୃହ ନିର୍ମାଣ ଠିକାଦାର ଭାବେ କାର୍ୟ୍ୟ କରି ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ସେ ପ୍ରେମରେ ବିଫଳ ହୋଇ ନିଜେ ଶରୀରକୁ କ୍ଷତବିକ୍ଷତ କରି ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ ପୁଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି।

Comments are closed.