ବ୍ୟବସାୟରେ କ୍ଷତି ହେଉଥିଲେ…..

ସାଧାରଣତଃ ବେଳେବେଳେ ଏମିତି ହୁଏ, ଯେତେ ପରିଶ୍ରମ କଲେ କଲେ ମଧ୍ୟ ବ୍ୟବସାୟରେ ବାରମ୍ବାରା କ୍ଷତି ସହିବାକୁ ପଡ଼େ। ଏଥିପାଇଁ ଅନେକ ଉପାୟ ଆପଣାଇ କୌଣସି ଫଳ ନ ପାଇ ଶେଷରେ ଆମେ ମାନସିକ ଦୁଶ୍ଚିନ୍ତାର ଶିକାର ହେଉ। କେହି କେହି ତ ବ୍ୟବସାୟରେ ଅତ୍ୟଧିକ କ୍ଷତି ସହି ନ ପାରି ଆତ୍ମହତ୍ୟା ମଧ୍ୟ କରିଦିଅନ୍ତି। ହେଲେ ଏପରି ଏକ ବିଶେଷ ଉପାୟ ଅଛି, ଯାହାକୁ ଆପଣାଇଲେ ବ୍ୟବସାୟରେ ଆପଣଙ୍କୁ କୌଣସି କ୍ଷତି ସହିବାକୁ ପଡ଼ିବ ନାହିଁ। ବରଂ ଲାଭ ଉପରେ ଲାଭ ହେବ ଏବଂ ଆୟ ବୃଦ୍ଧି ପାଇବ। ହଳଦୀର ଏହି ଖାସ୍‍ ଉପାୟ ଆପଣଙ୍କୁ ସମସ୍ୟାରୁ ମୁକ୍ତି ଦେବ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ –

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି କାହାକୁ ବ୍ୟବସାୟରେ ଲଗାତର ସମସ୍ୟାର ସାମ୍ନା କରିବାକୁ ପଡୁଛି। ତେବେ ସେ ଶୁକ୍ଳପକ୍ଷ ପ୍ରଥମ ଗୁରୁବାରରେ ହଳଦୀଆ କପଡାରେ ହଳଦୀ, ୧୧ ଅଭିମନ୍ତ୍ରିତ ଗୋମତି ଚକ୍ର, ରୂପା ମୁଦ୍ରା ଏବଂ ୧୧ ଅଭିମନ୍ତ୍ରିତ କଉଡି ବାନ୍ଧି ୧୦୮ ଥର ‘ଓଁ ଭଗବତେ ବାସୁଦେବ ନମଃ’ ମନ୍ତ୍ର ଜପ କରନ୍ତୁ। ଏହାପରେ ଏହି ପୁଟୁଳାକୁ ଧନ ରଖିବା ସ୍ଥାନରେ ରଖିଦିଅନ୍ତୁ। କୁହାଯାଏ ଯେ ଏମିତି କରିବା ଦ୍ୱାରା ବ୍ୟବସାୟରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହାସହିତ ଧନ ମଧ୍ୟ ବଢ଼ିଥାଏ।

Comments are closed.