ସ୍ବୟଂ ପ୍ରଭୁ ଶ୍ରୀ ରାମ କରିଥିଲେ ନବଦୁର୍ଗା ପୂଜା

କେବଳ ଯେ ମନୁଷ୍ୟମାନେ ନବରାତ୍ରରେ ମା’ଙ୍କ ଆରାଧନା କରନ୍ତି ତାହା ନୁହେଁ, ସ୍ବୟଂ ଭଗବାନ ମଧ୍ୟ ମା’ଙ୍କ ପୂଜା କରନ୍ତି। ପୌରାଣିକ ବିଷୟ ବସ୍ତୁ ଅନୁଯାୟ ଭଗବାନ ଶ୍ରୀ ରାମ ମଧ୍ୟ ନବରାତ୍ର ପୂଜା କରିଥିଲେ। ନଅ ଦିନ ପର୍ଯ୍ୟନ୍ତ ମା’ଙ୍କ ୯ଟି ସ୍ବରୂପକୁ ପୂଜା କରି ପ୍ରଭୁ ଶ୍ରୀ ରାମ ବରଦାନ ପ୍ରାପ୍ତି କରିଥିଲେ।

କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶ୍ରୀ ରାମ ଲଙ୍କା ଉପରେ ଆକ୍ରମଣ କରିବା ପୂର୍ବରୁ ଏବଂ ରାବଣ ସହିତ ଯୁଦ୍ଧରେ ବିଜୟ ପାଇଁ ମା’ ଦେବୀ ଭଗବତୀଙ୍କୁ ପୂଜା କରିଥିଲେ। ରମେଶ୍ୱରରେ ସେ ନଅ ଦିନ ମାତାଙ୍କୁ ପୂଜା କରିଥିଲେ। ତାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ମାତା ଶ୍ରୀ ରାମଙ୍କୁ ଲଙ୍କାରେ ବିଜୟ ହାସଲ କରିବାକୁ ଆଶୀର୍ବାଦ ଦେଇଥିଲେ। ଦଶମ ଦିନରେ ପ୍ରଭୁ ଶ୍ରୀ ରାମ ଯୁଦ୍ଧରେ ରାବଣଙ୍କୁ ପରାସ୍ତ କରି ତାଙ୍କୁ ହତ୍ୟା କରି ଲଙ୍କାକୁ ଜୟ କଲେ। ଏହି ଦିନ ବିଜୟ ଦଶମୀ ନାମରେ ଜଣାଶୁଣା |

Comments are closed.