ଏହି ଉପାୟରେ ପ୍ରଭୁ ମହେଶ୍ୱରଙ୍କର କରନ୍ତୁ ଅଭିଷେକ

ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ, ଶିବଙ୍କୁ ଅଭିଷେକ ଖୁବ ପ୍ରିୟ। ଶିବଲିଙ୍ଗଙ୍କର ପୂଜା-ଅଭିଷେକ କରିବା ଦ୍ୱାରା ସମସ୍ତ ଦେବାଦେବୀଙ୍କୁ ଅଭିଷେକ କରିବା ସହ ସମାନ ଓ ଏହାର ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ଶିବଲିଙ୍ଗରେ କେଉଁ  ଦ୍ରବ୍ୟରେ ଅଭିଷେକ କରିବେ…….
ଯଦି ବିବାହରେ ବାରମ୍ବାର ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି , ତେବେ ଏହି ସମସ୍ୟାର ସମାଧାନ ପାଇଁ ଆଖୁ ରସରେ ଶିବଲିଙ୍ଗଙ୍କର ଅଭିଷେକ କରନ୍ତୁ। କେସର ମିଶ୍ରିତ ଜଳରେ ମଧ୍ୟ ଅଭିଷେକ କଲେ ବିବାହ ସହ ଜଡ଼ିତ ସମସ୍ତ ସମସ୍ୟା ଦୂର ହୋଇ ଶୀଘ୍ର ବିବାହ ହୋଇଥାଏ। ଏହାସହ ଶିବଙ୍କ ବିଶେଷ କୃପା ପ୍ରାପ୍ତି ସହ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
କରଜ, ଧନସମ୍ପତ୍ତି ଜନିତ ସମସ୍ୟା ଲାଗି ରହୁଥିଲେ ମହୁରେ ଶିବଲିଙ୍ଗର ଅଭିଷେକ କରନ୍ତୁ।
ବାରମ୍ବାର ରୋଗ ହେଉଥିଲେ କିମ୍ବା ଶରୀର ଅସୁସ୍ଥ ରହୁଥିଲେ ଜଳ , କ୍ଷୀର, କଳା ରାଶି ମିଶାଇ ଅଭିଷେକ କରନ୍ତୁ। ଏହି ସମସ୍ୟା ନିଶ୍ଚୟ ଦୂର ହେବ।
ଶିବଲିଙ୍ଗଙ୍କୁ କଞ୍ଚା କ୍ଷୀରରେ ଅଭିଷେକ କରାଇଲେ ଆରୋଗ୍ୟ ପ୍ରାପ୍ତି ହେବା ସହ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ।
ଗାଈ ଘିଅରେ ଶିବଲିଙ୍ଗଙ୍କୁ ଅଭିଷେକ କରାଇଲେ ଧନସମ୍ପତ୍ତି , ବିଦ୍ୟାବୁଦ୍ଧି, ଆୟୁ ଆଦି ବୃଦ୍ଧି ପାଇଥାଏ।

Comments are closed.