ନିଜକୁ କହିଥାଆନ୍ତି ପ୍ରଭୁ କୃଷ୍ଣଙ୍କ ବଂଶଧର : ଏପରି ଗାଁ ଯେଉଁଠାରେ ଖିର ବିକ୍ରି ନହୋଇ ବଣ୍ଟା ଯାଏ

ମହାରାଷ୍ଟ୍ର : ମହାରାଷ୍ଟ୍ରର ହିଙ୍ଗୋଲୀ ଜିଲାର ଏକ ଗାଁର ଲୋକେ ନିଜକୁ ପ୍ରଭୁକୃଷ୍ଣଙ୍କ ବଂଶଧର କହିଥାଆନ୍ତି। ଏଠାକାର ଲୋକେ ଖିର ବିକ୍ରି କରନ୍ତିନାହିିଁ  । ଏହାସହ ଆବଶ୍ୟକ ଓ ଅସହାୟଙ୍କୁ ମାଗଣାରେ ଦେଇଥାଆନ୍ତି। ସ୍ଥାନଟି ମହାରାଷ୍ଟ୍ର ହିଙ୍ଗୋଲୀ ଜିଲାରେ ୟେଲେଗାଁର। ଏହାସହ ଏଠାରେ ଖୁବ ଧୂମଧାମରେ ପ୍ରଭୁ କୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଏ। ଗାଁର ପ୍ରାୟ ପ୍ରତ୍ୟେକଙ୍କ ଘରେ ଖିର ଓ ଖିରରୁ ତିଆରି ଦ୍ରବ୍ୟର ବଣ୍ଟନର ସ୍ଥାନ ରହିଛି।
ଗ୍ରାମବାସୀଙ୍କ ମତାନୁଯାୟୀ, ୟେଲେଗାଁ ଗାବଲୀର ଅର୍ଥ ହେଉଛି ଖିରର ଗାଁ। ଆମେ ନିଜକୁ କୃଷ୍ଣଙ୍କ ବଂଶଧର ମାନୁ। ଏହି କାରଣରୁ ଆମେ ଖିର ବିକ୍ରି କରୁ ନାହୁଁ।  ଖିରକୁ ବିକ୍ରି ନକରି ବଣ୍ଟନ କରାଯାଏ। ଗାଁର ପ୍ରାୟ ୯୦% ଲୋକଙ୍କ ଘରେ ଗାଈ ରହିଛି। ଏହାସହ ମଇଁଷି ଓ ଛେଳି ମଧ୍ୟ ରହିଛି। ଏଠାରେ ଖିର ବିକ୍ରି ନକରିବାର ପରମ୍ପରା ବହୁ ପୁରାତନ କାଳରୁ ଚାଲିଆସୁଛି। ତେଣୁ ଆବଶ୍ୟକୀୟ ଓ ଅସହାୟଙ୍କୁ ଖିର ବଣ୍ଟନ କରାଯାଏ। ମାତ୍ର କାହାରିକୁ ବିକ୍ରି କରାଯାଏ ନାହିଁ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ଗାଁରେ ଜନ୍ମାଷ୍ଟମୀ ଖୁବ ଧୂମଧାମରେ ପାଳନ କରାଯାଏ। ଗାଁରେ ଏକ କୃଷ୍ଣ ମନ୍ଦିର ମଧ୍ୟ ରହିଛି। ମାତ୍ର ଏବେ କରୋନା ମହାମାରୀ କାରଣରୁ ସମସ୍ତ ପ୍ରକାର କାର୍ଯ୍ୟକ୍ରମକୁ ପାଳନ ନକରାଯିବା ସହ କେବଳ ପୂଜାର୍ଚ୍ଚନା କରାଯିବ।

Comments are closed.