ପ୍ରଭୁ ହନୁମାନଙ୍କ କୃପା ପ୍ରାପ୍ତି ପାଇଁ କିଛି ସରଳ ଉପାୟ

ପ୍ରଭୁ ହନୁମାନ ଖୁବ ଶୀଘ୍ର ସରଳ ପୂଜାର୍ଚ୍ଚନାରେ ପ୍ରସନ୍ନ ହୋଇଥାଆନ୍ତି ବୋଲି କୁହାଯାଏ। ଶନିବାର ଓ ମଙ୍ଗଳବାର ପ୍ରଭୁଙ୍କ ପୂଜା କଲେ ବିଶେଷ କୃପା ମିଳିଥାଏ ବୋଲି ମାନ୍ୟତା ରହିଛି। ଶାସ୍ତ୍ରରେ ପ୍ରଭୁଙ୍କୁ ପୂଜା କରିବାର କିଛି ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ…….
୧- ଲାଲ ଓ ହଳଦିଆ ରଙ୍ଗରର ଫୁଲ ପ୍ରଭୁଙ୍କର ଖୁବ ପ୍ରିୟ। ତେଣୁ ପ୍ରଭୁଙ୍କୁ ଏହି ରଙ୍ଗର ଫୁଲ ଅର୍ପଣ କରନ୍ତୁ।
୨- ପ୍ରଭୁଙ୍କ ମନ୍ଦିରରେ ଲାଲ ରଙ୍ଗର ନୂତନ ପତାକା ଅର୍ପଣ କରନ୍ତୁ।
୩- ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।
୪- ପ୍ରଭୁଙ୍କ ପୂଜାରେ ସିନ୍ଦୂରର ପ୍ରୟୋଗ କରନ୍ତୁ।
୫- ପ୍ରଭୁ ଶ୍ରୀରାମଙ୍କ ନାମର ଜପ କରିବା ଦ୍ୱାରା ପ୍ରଭୁ ଖୁବ ପ୍ରସନ୍ନ ହୋଇଥାଆନ୍ତି।
୬- ପ୍ରତି ଶନିବାର ଓ ମଙ୍ଗଳବାର ପ୍ରଭୁଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ବୁନ୍ଦି ଲଡ଼ୁ ଭୋଗ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
୭- ଶନିବାର ଓ ମଙ୍ଗଳବାର କେଶ, ନଖ କାଟନ୍ତୁ ନାହିଁ।

Comments
Loading...