ବାଇକ ଡିକିରୁ ୯ ଲକ୍ଷ ଲୁଟ

ବ୍ରହ୍ମପୁର:  ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ ଛକରୁ ଏକ ବାଇକର ଡିକି ଭାଙ୍ଗି ଦୁର୍ବୁତ୍ତମାନେ ୯ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି । ନୀଳକଣ୍ଠ ନଗର ହାଉସିଂ ବୋର୍ଡ ଛକରେ ସୀମାଞ୍ଚଳ ବେହେରାଙ୍କ ଆକୁଆରିୟମ ଦୋକାନ ରହିଛି । ସୀମାଞ୍ଚଳ ଏକ ନୂଆ ଶୋରୁମ ନିର୍ମାଣ କରୁଥିବାରୁ ଗତ କାଲି ରାତି ୯ ଟା ବେଳେ ନିଜ ବନ୍ଧୁଙ୍କ ଠାରୁ ୯ ଲକ୍ଷ ୪୦ ହଜାର ଟଙ୍କା କରଜ ଆଣିଥିଲେ । ସେହି ଟଙ୍କାକୁ ନିଜ ବାଇକ ଡିକିରେ ରଖି ଶୋରୁମ ନିକଟକୁ ଆସିଥିଲେ । ବାଇକ ଟି ସମ୍ମୁଖରେ ରଖି ଶୋରୁମ ଭିତରୁ ଯାଇଥିଲେ । କାମ ସାରି କିଛି ସମୟ ପରେ ବାହାରକୁ ଆସି ଦେଖିବା ବେଳେ ତାଙ୍କ ବାଇକ (ଓଡ଼ି-୦୭-ଏଏଚ-୩୩୬୩) ଡିକି ଖୋଲାଥିଲା । ଡିକି ଭଙ୍ଗା ଯାଇଥିବା ବେଳେ ତା ଭିତରେ ଥିବା ୯ ଲକ୍ଷ ୪୦ ହଜାର ଟଙ୍କା ଗାଏବ ହୋଇ ଯାଇଥିଲା । ଏ ନେଇ ସୀମାଞ୍ଚଳ ଗୋସାଇଁ ନୂଆଗାଁ ଥାନାକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେହି ଛକରେ ସିସିଟିଭି କ୍ୟାମେରା ଲାଗି ଥିଲେ ମଧ୍ୟ ତାହା କାମ କରୁନଥିବା ଜଣାପଡିଛି ।

Comments are closed.