ବାଲେଶ୍ବରର ୟୋକୋ ବ୍ୟାଙ୍କରୁ ଲୁଟ ଉଦ୍ୟମ

ବାଲେଶ୍ବର : ବାଲେଶ୍ବର ଜିଲା ବାହାନଗା ବ୍ଲକ୍ ୧୬ନଂ ଜାତୀୟ ରାଜପଥ କଡରେ ଥିବା ୟୋକୋ ବ୍ୟାଙ୍କରୁ ଲୁଟ ଉଦ୍ୟମ ହୋଇଥିବା ନେଇ ବୁଧବାର ଜଣାପଡ଼ିଛି। ଲୁଟ୍ ଉଦ୍ୟମ ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ କାଲି ବିଳମ୍ବିତ ରାତିରେ ୩ ଜଣ ଲୁଟେରା ଏକ କାରରେ ଆସି ବ୍ୟାଙ୍କ ସଟର ଭାଙ୍ଗି ଲୁଟ୍ ଉଦ୍ୟମ କରିଥିଲେ । ଏହି ଦୃଶ୍ୟ ବ୍ୟାଙ୍କ ସିସିଟିଭିରେ କଏଦ ହୋଇଥିବା ବେଳେ ଖବର ପାଇ ସୋର ଥାନା ଏ.ଏସ.ଆଇ. ପ୍ରଦୀପ ମହାନ୍ତି ଓ ପ୍ରତାପ କାର୍ଲୋ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.