ଜେସିବି ସୋରୁମର ଆକାଉଣ୍ଟାଣ୍ଟଙ୍କ ଠାରୁ ଲୁଟ ଅଭିଯାଗ

ବାଲେଶ୍ୱର : ବାଲେଶ୍ୱର ଜିଲାରେ ଜେସିବି ସୋରୁମର ଆକାଉଣ୍ଟାଣ୍ଟ ଅଶୋକ କୁମାର ଜେନାଙ୍କ ଠାରୁ ଲୁଟ ହୋଇଥିବା ନେଇ ସୋମବାର ଅଭିଯାଗ ହୋଇଛି। ତାଙ୍କ ଠାରୁ ପ୍ରାୟ ୩ଲକ୍ଷ ୨୦ ହଜାର ଟଙ୍କା ଲୁଟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୧୧.୨୫ ମିନିଟ ସମୟରେ ଅଶୋକ ବ୍ୟାଙ୍କକୁ ଯାଉଥିଲେ। ସେହି ସମୟରେ ନିଳ ରଙ୍ଗର ପଲସରରେ ଦୁଇ ଯୁବକ ଆସି ତାଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇଥିଲେ । ବ୍ୟାଗ ଟଣା ଘୋଷରା ବେଳେ ଜଣେ ଯୁବକ ବନ୍ଧୁକ କାଢି ଅଶୋକଙ୍କ ପାଦକୁ ଫାୟାରିଂ କରିଥିଲା ଅଶୋକ ଭୟରେ ବ୍ୟାଗ ଛାଡି ଦେଲାପରେ ଯୁବକ ଦୁଇଜଣ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।