ଏୟାରପୋର୍ଟ ଥାନା ଅଞ୍ଚଳରେ ପୁଣି ମାତିଲେ ଲୁଟିଆ

ଏୟାରପୋର୍ଟ ଥାନା ଅଞ୍ଚଳରେ ପୁଣି ମାତିଲେ ଲୁଟିଆ। କାରଗିଲ ବସ୍ତି ନିକଟରେ ଶୁକ୍ରବାର ତିନି ଜଣ ଲୁଟିଆ ଏକ ଫାଇନାନ୍ସ କମ୍ପାନୀର ଯୁବକଙ୍କ ଠାରୁ ୧ଲକ୍ଷ ୯୭ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଅନୁସନ୍ଧାନ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସହିଦ ନଗର ଅଞ୍ଚଳରେ ଥିବା ଏକ ଘରୋଇ ଫାଇନାନ୍ସ ସଂସ୍ଥାର ଯୁବକ କାର୍ତ୍ତିକ ରାଉଳ ଓ ଜଣେ ଯୁବତୀ ଟଙ୍କା ସଂଗ୍ରହ କରିବାକୁ କାରଗିଲ ବସ୍ତି ଆସିଥିଲେ। ଟଙ୍କା ସଂଗ୍ରହ କରି ପହେଉଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ତାଙ୍କ ଟଙ୍କା ବ୍ୟାଗ ଛଡାଇ ପଳାଇ ଦ୍ରୁତ ବେଗରେ ପଳାଇ ଯାଇଥିଲେ। ଏନେଇ ସେ ଥାନାରେ ଏତଲା ଦେଇଥିଲେ। ରିପୋର୍ଟ ହସ୍ତଗତ ହେବା ବେଳକୁ ପୁଲିସ୍ ଲୁଟିଆଙ୍କ ଟେର ପାଇ ପାରିନି।

ରାଜ୍ୟରେ କରୋନା ମହାମାରୀ ଯୋଗୁ ଲକଡାଉନ କଟକଣା ସମୟରେ ଲୁଟତରାଜ ଘଟଣା ସେତେଟା ନଥିବା ବେଳେ ଜନଜୀବନ ସ୍ୱାଭାବିକ ହେଉଥିବା ବେଳେ ଏଭଳି ଘଟଣା ବୃଦ୍ଧି ପାଇବା ପୁଲିସ ପ୍ରଶାସନର ମୁଣ୍ଡ ବିନ୍ଧା ବଢ଼ାଇଛି। କିଛିଦିନ ପୂର୍ବରୁ ରାଜଧାନୀରେ ଦୁଇ ଜଣ ମହିଳାଙ୍କ ବେକରୁ ସୁନା ଚେନ ଛାଡ଼ି ନେବା ଘଟଣା ଥମିନଥିବା ବେଳେ ଆଜିର ଘଟଣା ପୁଣି ଠାରେ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.