ଲୁଗା ଏବଂ ଷ୍ଟେସନାରୀ ଦୋକାନରୁ ଚୋରି 

ବେଗୁନିଆ: ବାଘମାରୀ ଥାନା ପୋଡାଡିହ ପଞ୍ଚାୟତ ଅନ୍ତର୍ଗତ ଦିନିଆରୀ ଟାଙ୍ଗିସାହିରେ ଥିବା ଫକୀର ରାଉତରାୟଙ୍କ ଲୁଗା ଓ ଷ୍ଟେସନାରୀ ଦୋକାନରୁ କିଛି ଲୁଗା ଏବଂ ଷ୍ଟେସନାରୀ ଜିନିଷ ଚୋରି ହୋଇଥିବା ବାଘମାରୀ ଥାନାରେ ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ଦୁଇଟି ଯାକ ଦୋକାନର ତାଲା ଭାଙ୍ଗି ଲୁଗା ପଟା ସହିତ ଷ୍ଟେସନାରୀ ଜିନିଷ ଚୋରି କରି ନେଇଯାଇଛନ୍ତି । ପରିବାର ଲୋକମାନେ ଦୋକାନ ପଛପଟେ ରହୁଥିବାବେଳେ ଚୋରି ସମ୍ପର୍କରେ ରାତିରେ କୌଣସି ସୁରାକ ପାଇପାରିନଥିଲେ । ଭୋର ସମୟରେ ଉଠିବା ପରେ ଦୋକାନ ଖୋଲାଥିବାର ଦେଖି ଜିନିଷପତ୍ର ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ । ଅଭିଯୋଗ ପାଇ ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ଏବଂ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି । ଏଏସଆଇ ପୂର୍ଣ୍ଣଚନ୍ଦ୍ର ଜେନା ୪୩/୨୧ନଂ କେଶ ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛନ୍ତି ।

Comments are closed.