ଭୁଜାଲି ଦେଖାଇ ଗହଣା ଦୋକାନୀଙ୍କ ଠାରୁ ସୁନାରୂପା ଲୁଟ

ସୋର : ରାଜ୍ୟର ବିଭିନ୍ନ ସ୍ଥାନରେ କିଛି ଦିନ ହେବ ଲୁଟ, ଛିନତାଇ ଘଟଣା ବାମମ୍ବାର ଘଟୁଥିବା ଦେଖାଯାଉଛି। ବାଲେଶ୍ୱର ଜିଲା ଅନ୍ତର୍ଗତ ରୁଷ ଗାଁର ଜଣେ ଗହଣା ଦୋକାନୀଙ୍କୁ ଭୁଜାଲି ଦେଖାଇ ତାଙ୍କ ଠାରୁ ସୁନା, ରୂପା, ନଗଦ କିଛି ଟଙ୍କା ଲୁଟ ହୋଇଛି ବୋଲି ରବିବାର ଜଣାପଡ଼ିଛି। ଗହଣା ଦୋକାନୀଙ୍କ ନାମ ହେଉଛି ସୁଦର୍ଶନ ରାଣା। ଦୁର୍ବୃତ୍ତମାନେ ତାଙ୍କ ଠାରୁ ପ୍ରାୟ ୮୦ ଗ୍ରାମ ସୁନା, ଚାରି କିଲୋ ରୂପା ଓ ନଗଦ ୧୩ ହଜାର ଟଙ୍କା ଲୁଟ କରିଛନ୍ତି । ଦୁଇ ବାଇକରେ ପ୍ରାୟ ୬ଜଣ ଡ଼କାୟତ ସୁଦର୍ଶନଙ୍କ ଠାରୁ ଏହି ବଡ଼ ଧରଣର ଲୁଟ କରିଛନ୍ତି ବୋଲି ସୂଚନା ମିଳିଛି। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Comments are closed.