ବରିକେଳ ମହାବିଦ୍ୟାଳୟରୁ ଚୋରୀ

ପଦ୍ମପୁର :ପଦ୍ମପୁର ଉପ ଖଣ୍ତ ବରିକେଲ ଠାରେ ଥିବା ଲାଲଜୀ ଗୋପାଲଜୀ ସଂସ୍କୃତ ମହାବିଦ୍ୟାଳୟ ଭିତରକୁ ପଶି କେତେକ ଦୁର୍ବୃତ୍ତ ମହାବିଦ୍ୟାଳୟରେ କଳା କନା ବୁଲେଇଛନ୍ତି। ବିଳମ୍ବିତ ରାତ୍ରରେ ସିପିୟୁ,ଜେରକ୍ସ, ସିସିଟିଭି, ହାର୍ଡ ଡିକ୍ସ, ଇନଭେଟର, ବ୍ୟାଟେରୀ ଆଦି ଚୋରାଇ ନେଇଛନ୍ତି। ଏ ସଂପର୍କରେ ମହା ବିଦ୍ୟାଳୟ ଅଧ୍ୟକ୍ଷ ପୋଲିସ ଏତଲା ଦେଇଛନ୍ତି । ପଦ୍ମପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଚୋରୀର ତଦନ୍ତ କରୁଛନ୍ତି। ସୂଚନା ଯୋଗ୍ୟ ଯେ,ଏହା ପୂର୍ବରୁ ଚର୍ଦାପାଲି ଆବାସିକ ଉଚ୍ଚ ବିଦ୍ୟାଳୟ, ଲଖମରା ମହାବିଦ୍ୟାଳୟ, ଜମଲା ମହାବିଦ୍ୟାଳୟରୁ ଅନୁରୂପ ଭାବରେ କଂପ୍ୟୁଟର, ସିସିଟିଭି ଆଦି ଉପକରଣ ଚୋରି ହୋଇଥିଲା। ପୋଲିସ ଏ ପର୍ଯ୍ୟନ୍ତ ଚୋରର କୌଣସି ସୁରାକ ପାଇ ପାରିନାହାନ୍ତି।

Comments are closed.