ଚୋରି ବାଇକ ଉଦ୍ଧାର, ଚୋର ଗିରଫ

ବେଗୁନିଆ : ବେଗୁନିଆ ଥାନା କୁଶପଲ୍ଲା ରୋଡରୁ ଗତ ଗୁରୁବାର ଦିନ ଚୋରିଯାଇଥିବା ଏକ ବାଇକକୁ ବେଗୁନିଆ ପୋଲିସ ଆଜି ଖୋର୍ଧାରୁ ଉଦ୍ଧାର କରିବା ସହିତ ଚୋରକୁ ଗିରଫ କରିଥିବାର ଜଣାପଡିଛି । ପୁବୁସାହି ଗ୍ରାମର ସୁକାନ୍ତ ସାହୁ ଗତ ୧ ତାରିଖ ଗୁରୁବାର ଦିନ କୁଶପଲ୍ଲା ରୋଡରେ ଥିବା ତାଙ୍କ ବନ୍ଧୁ ଘରକୁ ଆସି ବାଇକଟି ତାଙ୍କ ଘର ଆଗରେ ରଖିଥିଲେ।କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ନଡ଼ିଆବରେଇ ଗ୍ରାମର ରଶ୍ମିରଞ୍ଜନ ପରିଜା ଖୋର୍ଦ୍ଧା ପିତାପଲ୍ଲୀ ଅଂଚଳରେ ରହି ମିସ୍ତ୍ରୀ କାମ କରୁଥିବାବେଳେ ସୁକାନ୍ତଙ୍କର ବାଇକଟିକୁ ସେ ଚୋରି କରି ନେଇଯାଇଥିଲେ। ସୁକାନ୍ତ ଏ ସମ୍ପର୍କରେ ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ଘଟଣାର ଅନୁସନ୍ଧାନ କରି ସମ୍ପୃକ୍ତ ବ୍ୟକ୍ତି ଜଣକ ଗାଡିଟିକୁ ଧରି ଖୋର୍ଦ୍ଧାରେ ବୁଲୁଥିବାର ଖବର ପାଇଥିଲେ। ଆଜି ଦିନ ୩ ଟା ସମୟରେ ଶ୍ରୀ ଶତପଥୀ ଥାନା ଏଏସଆଇ ପୀତବାସ ମହାନ୍ତିଙ୍କ ସହିତ ଥାନା କର୍ମଚାରୀଙ୍କୁ ସାଙ୍ଗରେ ଧରି ଖୋର୍ଦ୍ଧା ଥାନା ସହାୟତାରେ ତାକୁ ଗିରଫ କରି ତା’ଠାରୁ ବାଇକଟିକୁ ଉଦ୍ଧାର କରିଛନ୍ତି। ଅଭିଯୁକ୍ତକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

Comments are closed.