ଅନୁଗୁଳରେ ବଡ ଧରଣର ଲୁଟ୍ ; ୨ ଲକ୍ଷ ଟଙ୍କା ସହ ୫୦ ଭରିର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲା ନାଲକୋ ଥାନା ଅନ୍ତର୍ଗତ କିରାଙ୍ଗ ଗାଁରେ ବୁଧବାର ବିଳମ୍ବିତ ରାତିରେ ବଡ ବଡ ଧରଣର ଲୁଟ ଘଟିଛି। ୪ ଜଣ ଦୁର୍ବୃତ୍ତ ଘର ମାଲିକ ନ ଥିବାବେଳେ ୨ ଲକ୍ଷ ଟଙ୍କା ଏବଂ ୫୦ ଭରିର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ପରେ ନାଲକୋ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ କର୍ମଚାରୀଙ୍କ ୨ ଭଉଣୀଙ୍କୁ କିଛି ନିଶା ସ୍ପ୍ରେରେ ଅଚେତ କରାଇ ଲୁଟ କରିଛନ୍ତି।

Comments are closed.